ମଦ ବିରୋଧରେ ଜାଗିଲେ ମହିଳା-ଭାଙ୍ଗିଲେ, ପୋଡିଲେ ସର୍ତକ କରାଇଲେ

କୋଦଳା (ଜଗନ କୁମାର ସେଠି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦ୍ଧମେଖ ପଞ୍ଚାୟତର ଶତାଧିକ ମହିଳା ଏକତ୍ରିତ ହୋଇ ଅବାଧରେ ମଦ ବିକ୍ରିକୁ ବିରୋଧ କରି ପୋଡାଜଳା କରିଥିଲେ |

ଆଜି ଦିନ ୧୧.୦୦ ଘଣ୍ଟା ସମୟରେ ପଞ୍ଚାୟତର ୧୦୦୦ରୁ ଉର୍ଦ୍ଧ ମହିଳା ଏକ ଶୋଭାଯାତ୍ରାରେ ବାହାରି କୋଦଳା ହଜହୁଡ଼ାରେ ଅବାଧରେ ଦେଶୀ, ବିଦେଶୀ ମଦ ବିକ୍ରି ହେଉଥିବା ସ୍ଥାନମାନଙ୍କରେ ଘର ଭାଙ୍ଗିବା ସହ ପୋଡାଜଳା କରିଥିଲେ | ମଦ ଯୋଗୁ ପରିବାରରେ ଅଶାନ୍ତି ଉପୁଜୁଥିବା ବେଳେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଛି ଯାହାଦ୍ୱାରା ଲୋକଙ୍କ ଜୀବନ ଚାଲିଯାଉଛି | ତେଣୁ ଏହାର ମୂଳପୋଛ କରିବା ପାଇଁ ସମସ୍ତ ମହିଳା ସଂକଳ୍ପ ନେଇଛନ୍ତି ଓ ସରକାର ଯଦି କାର୍ଯ୍ୟାନୁଷ୍ଠାନ ନକରନ୍ତି ତାହାହେଲେ ଆଗକୁ ଏହି କାର୍ଯ୍ୟକ୍ରମ ଜୋରଦାର କରାଯିବା ସହ ରାଜରାସ୍ତା ଅବରୋଧ କରିଯିବ ବୋଲି ମହିଳା ସଂଗଠନ ପକ୍ଷରୁ କୁହାଯାଇଛି | ଆଗାମୀ ଦିନରେ କୋଦଳା ଅଞ୍ଚଳରେ ମଧ୍ୟ ଅବାଧରେ ମଦ ବିକ୍ରିକୁ ବିରୋଧ କରାଯିବ | ପୋଲିସ କାର୍ଯ୍ୟକଳାପ ଉପରେ ସନ୍ଦେହ କରି ମହିଳାମାନେ ମଦବେପାରୀକୁ ଗିରଫ ଦାବିରେ ସ୍ଲୋଗାନ ଦେଇଥିଲେ l ବିଳମ୍ବ ନକରି ତୁରନ୍ତ ଜିଲ୍ଲାପାଳ ଓ ପ୍ରଶାସନ ଦୃଷ୍ଟି ଦେବାକୁ ମହିଳାଙ୍କ ତରଫରୁ କୁହାଯାଇଛି |

Comments are closed.