Thursday, March 28, 2024

Top 5 This Week

Related Posts

ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ ତରଫରୁ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୦୩) : ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ ତରଫରୁ ମଡେଲ ଡିଗ୍ରୀ କଲେଜ ଏବଂ ବୌଦ୍ଧ ପଞ୍ଚାୟତ କଲେଜ ରେ ସଚେତନତା କ୍ୟାମ୍ପ ଅନୁଷ୍ଟିତ ହୋଇଥିଲା । ଏଥିରେ ଅଡିଓ ଭିଜୁଆଲ ପାଠ୍ୟକ୍ରମ ଏବଂ ପ୍ରତିଯୋଗୀତା ବ୍ୟବସ୍ଥା ଥିଲା ।

ଜିଲ୍ଲା ତମାଖୁ ନିୟନ୍ତ୍ରଣ ସେଲ ତରଫରୁ ଅନୁଷ୍ଠିତ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଗଲା ଏବଂ କଲେଜ ଷ୍ଟାଫ୍ ଏବଂ principal ଙ୍କୁ ସମ୍ମାନିତ କରାଗଲା । ଶିକ୍ଷାନୁଷ୍ଠାନ ର ବିଭିନ୍ନ ସ୍ଥାନରେ କୋଟପା ନିୟମ ତମାଖୁ ର କ୍ଷତିକାରକ ସୂଚନାକୁ fix କରାଗଲା ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଡଃ ଅଭୟ ଦାଶ, ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ, ଡଃ ପ୍ରଦୋଷ ମହାପାତ୍ର, ଜନସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀଯୁକ୍ତ ରୂପକ ମହାପାତ୍ର, ଡିପିଏମ୍, ଡିପିଏମ୍, ଶ୍ରୀଯୁକ୍ତ ଆଲୋକ କୁମାର ମିଶ୍ର, consultant ଉପସ୍ଥିତ ଥିଲେ ।

Popular Articles