Related Contents

ଭାରତ ବନ୍ଦକୁ ସମ୍ମାନ ଦେଇ କଲ୍ୟାନିସିଂପୁରରେ ଦୋକାନ ବଜାର ବନ୍ଦ

କଲ୍ୟାଣସିଂପୁର (ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାନିସିଂପୁର ବ୍ଲକରେ ଭାରତ ବନ୍ଦକୁ ସମ୍ମାନ ଦେଇ କଲ୍ୟାନିସିଂପୁର ସହରରେ ଦୋକାନ ବଜାର ବନ୍ଦ କରିବାର ଦେଖିବାକୁମିଳିଥିବା ବେଳେ ପ୍ରତ୍ୟେକ ନାଗରିକଙ୍କ ଠାରୁ ଶୁଣିବାକୁବାକୁ ମିଳୁଥିଲା ଯେ ଜଣେ ଶହୀଦ ପ୍ରତି ପାକିସ୍ତାନର ହଜାର ମୁଣ୍ଡ ନେବା ଦରକାର ଵୋଲି |

କଲ୍ୟାନିସିଂପୁର ବ୍ଳକ ବାସୀଙ୍କ ଠାରୁ ଶୁଣିବାକୁବାକୁ ମିଳୁଥିବା ବେଳେ ସରକାରଙ୍କ କୌଣସି ସ୍କୁଲ, କଲେଜ, କିମ୍ବା ଅଫିସ ବନ୍ଦ ନ ହେବା ଦେଖିବାକୁ ମିଳିଛି। ସମଗ୍ର କଲ୍ୟାନିସିଂପୁର ବ୍ଳକ ବାସୀ ପାକିସ୍ତାନକୁ ତୀବ୍ର ବିରୋଧ କରି ଆଲୋଚନା ପର୍ଯ୍ୟାଲୋଚନା କରୁଥିବା ଶୁଣିବାକୁବାକୁ ମିଳିଛି ଯେ ସୈନିକ ନୁହେଁ ଏବେ ଦେଶବାସୀ ଜାମ୍ମୁ କାଶ୍ମୀରକୁ ପଶି ଆତଙ୍କବାଦୀ ବାଦୀ ମାନଙ୍କୁ ଖଣ୍ଡ ଖଣ୍ଡ କରିଦେବା ଵୋଲି ଆଲୋଚନା କରି ଭାରତ ବନ୍ଦକୁ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଆଉ ଭାରତ ସରକାର କଣ କରୁଛନ୍ତି ସୈନିକ ମାନଙ୍କୁ କାହିଁକି ପାୱାର ଦେଉନାହାଁନ୍ତି ଯଦି ପାକିସ୍ତାନକୁ କଢ଼ା ଜବାବ ନ ଦିଅନ୍ତି ତାହାହେଲେ ଆମେ ଦେଶବାସୀ ଭାରତ ସରକାରଙ୍କୁ ତୀଵ୍ର ବିରୋଧ କରିବୁ ଵୋଲି କଲ୍ୟାନିସିଂପୁର ବ୍ଳକ ବାସୀ ଙ୍କଠାରୁ ଶୁଣିବାକୁବାକୁ ମିଳିଛି ।

Comments are closed.