Friday, March 29, 2024

Top 5 This Week

Related Posts

ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧୭/୩) : ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି l

89d69898 3258 43b8 a774 06ee5ddebb81 ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ

ଏହି ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ବିଷୟରେ ରିସୋର୍ସ ପର୍ସନ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି l ସେହିପରି ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବକ ଯୁବତୀ ଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ମଂଚାସୀନ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,(ରାଜସ୍ବ ) ସୂର୍ଯ୍ୟ ନାରାୟଣ ଦାଶ,ଯୋଗଦାନ କରି ରାଷ୍ଟ୍ର ଗଠନରେ ଯୁବକ ଯୁବତୀ ମାନଙ୍କ ଗୁରୁଦାୟିତ୍ୱ ରହିଥିବା କହିବା ସହ ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ l fe49551c cbdc 404e b365 9261760bb219 ଜିଲ୍ଲାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମସମ୍ମାନିତ ଅତିଥିଭାବେ ଏ ଭି ନରସିଂହା- ନେହେରୁ ଯୁବକେନ୍ଦ୍ର ଅଧିକାରୀ, ରିତାଞ୍ଜଳୀ ପୂଜାରୀ,- ଅଧ୍ୟକ୍ଷା, ବି ପି ମହିଳା ଡିଗ୍ରୀ ମହାବିଦ୍ୟାଳୟ, କିରଣ ବାଳା ଦାଶ -ଅଧ୍ୟକ୍ଷା, ବି ପି ମହିଳା ସେକେଣ୍ଡାରୀ ମହାବିଦ୍ୟାଳୟ, ପ୍ର. ଉମାକାନ୍ତ ନାଗ- ସୋନପୁର କଲେଜ,ପ୍ର ମଦନ ସୁନ୍ଦର କ୍ଷେତୀ-ଇଂରାଜୀ ଆଧ୍ୟପକ,ବି ପି ମହିଳା ମହାବିଦ୍ୟାଳୟ, ବିପିନ ବିହାରୀ ଜେନା ,(ଏପିଏସ) -ଏନ.ୱାଇ. କେ. ସୋନପୁର, ଯୋଗଦାନ କରିଥିବା ବେଳେ ରିସୋର୍ସ ପର୍ସନ ଭାବେ ଆର୍ତତ୍ରାଣ ପାଢ଼ୀ- ଜିଲ୍ଲା ଉନ୍ନୟନ ପରାମର୍ଶ ଦାତା-ନକୁଳ ନାଏକ, ପ୍ରଥମ ଏଜୁକେଶନାଲ ଫାଉଣ୍ଡେସନ ଓ ଚତୁର୍ଭୁଜ ଦାଶ-ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୋନପୁର ଯୋଗଦାନ କରିଥିଲେ l

ପ୍ର.ମଦନ ସୁନ୍ଦର କ୍ଷେତୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରସ୍ବତୀ ଦାଶ, ଅଧ୍ୟାପିକା ରାଜନୀତି ବିଜ୍ଞାନ ଧନ୍ୟବାଦ ଅର୍ପଣ କରିଥିଲେ l ନେହେରୁ ଯୁବ କେନ୍ଦ୍ର ର ଯୁବ ସାଥି କୃପାସିନ୍ଧୁ ସା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles