୧୨ ରୁ ୧୪ ବର୍ଷ ର ବିଦ୍ୟାର୍ଥୀଙ୍କୁ କୋଭିଡ ଟୀକାକରଣ

0
236
୧୨ ରୁ ୧୪

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୭/୩) : ଭାରତ ସରକାରଙ୍କ ର ନିଷ୍ପତି କ୍ରମେ ରାଜ୍ୟ ସରକାରଙ୍କର ନିର୍ଦ୍ଧେଶ ଅନୁସାରେ ଜିଲା ପ୍ରଶାସନ ପକ୍ଷରୁ ୧୨ ରୁ ୧୪ ବର୍ଷ ର ବିଦ୍ୟାର୍ଥୀ ଙ୍କୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ।f780c451 5846 493b 9aa1 f308e8e4f04e ୧୨ ରୁ ୧୪ ବର୍ଷ ର ବିଦ୍ୟାର୍ଥୀଙ୍କୁ କୋଭିଡ ଟୀକାକରଣ

ଆଜି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୨ ରୁ ୧୪ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ଟୀକା କରଣ କରାଯାଇଛି । ଯେଉଁ ଛାତ୍ର ଛାତ୍ରୀ ମାନେ ୨୦୦୮, ୨୦୦୯, ୨୦୧୦ ମସିହାରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କୁ କୋରବେଭାକ୍ସ ଟୀକା ଦିଆଯାଇଛି । ଛାତ୍ରଛାତ୍ରୀ ଙ୍କ ନାମ ରେଜିଷ୍ଟ୍ରେସନ କରିବା ପରେ( କୋଭିଡ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁହଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷାକରି ପ୍ରଥମ ଡୋଜ ଟୀକା ନେବାକୁ ଧାଡିରେ ଠିଆ ହୋଇ ଥିଲେ ।

କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ୩୦ ମିନିଟ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନୁଧ୍ୟାନ କରାଯାଇଛି । ଏଥିରେ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ରି ସାରକା ଙ୍କୁ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।