Advertisements
Wednesday, July 8, 2020
Home Government News ଚନ୍ଦ୍ରପୁର ଓ ବୁଡ଼ୁବାଲି ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ନିମ୍ନ ମାନର; ଅଭିଯୋଗ...

ଚନ୍ଦ୍ରପୁର ଓ ବୁଡ଼ୁବାଲି ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଅତ୍ୟନ୍ତ ନିମ୍ନ ମାନର; ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ

ଚନ୍ଦ୍ରପୁର (କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଅଧିକାଂଶ ସମୟ ସରକାରୀ ଉଦାସୀନତା, ନିର୍ମାଣ କ୍ଷେତ୍ରରେ ନିମ୍ନମାନର କାର୍ଯ୍ୟ, ପ୍ରଶାସନଙ୍କ ଅବହେଳା ଅନୁପସ୍ଥିତକୁ ନେଇ ଅନେକ ରୋଚକ ଖବର ବିଭିନ୍ନ ଗଣମାଧ୍ୟମରେ ପୃଷ୍ଠା ମଣ୍ଡନ କରିଥାଏ |

ଯେତେ ଯାହା ବାହାରିଲା ଅବା ଆପତ୍ତି ଅଭିଯୋଗ କଲେ ମଧ୍ୟ ତାର କୋଣସି ପ୍ରଭାବ ସରକାରୀ ବାବୁ ଅବା ସହଯୋଗୀ ନିର୍ମାଣ ସଂସ୍ଥା ଉପରେ ପଡି ନ ଥାଏ | ହେଲେ ଏଥର ଚନ୍ଦ୍ରପୁରର ସରଳ ମଣିଷ ତାର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦର ସ୍ତରକୁ ଶାସିତ କରିଛି | ଏହାର ନମୁନା ଦେଖିବାକୁ ମିଳିଥିଲା ଚନ୍ଦ୍ରପୁର ଆର.ଡି ରାସ୍ତାରୁ ଆରମ୍ଭ ଏକ ରାସ୍ତା ବୁଡ଼ୁବାଲି ପଞ୍ଚାୟତର ଗୋଲଡାକା ପର୍ଯ୍ୟନ୍ତ ତିଆରି ହୋଇଥିଲା | ତା ୨୯.୧୨,୨୦୧୭ରେ ଆରମ୍ଭ ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଭୁକ୍ତ ରାସ୍ତାରେ ଦର୍ଘ୍ୟ ଥିଲା ୮.୫୦କି.ମି ନିର୍ମାଣକାରୀ ସଂସ୍ଥା ଯେନତେନ ପ୍ରକାରେ କାର୍ଯ୍ୟ କରି ଚାଲିଥିଲା | ବିଭାଗୀୟ ଅଧିକାରୀଙ୍କୁ ନିମ୍ନମାନର କାର୍ଯ୍ୟନେଇ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ସେ ମହାଶୟ ଖାଲି ଫମ୍ପା ପ୍ରତିଶୃତି ଛଡା ଅନ୍ୟ କିଛି କରୁନଥିଲେ | ହେଲେ ବେଲାମ ଗୁଡାର ସାଧାରଣ ଜନତା ଚୁପ ନ ବସି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ |

ସେମାନଙ୍କ ମୁଖ୍ୟ ଅଭିଯୋଗ ଥିଲା କାମ ନିର୍ଦ୍ଧାରିତ ତା ୨୮.୧୨.୨୦୧୮ ରେ ଶେଷ ହେବାର ଥିବାବେଳେ , ଏହାକୁ ଅଯଥା ବିଳମ୍ବ କରି ପଥଚାରୀଙ୍କୁ ହଇରାଣ କରାଯାଇଛି | ଦ୍ୱିତୀୟତଃ କାର୍ଯ୍ୟ ଏତେ ନିମ୍ନ ମାନର ଯେ ଆଜି ପିଚୁ ପକାଇଦେଲେ ଦୁଇ ଦିନ ମଧ୍ୟରେ ତାହା ଉଠିଯାଉଛି | ଅତି ପତଳା ପିଚୁ ପଡୁଥିବା କାରଣରୁ ରାସ୍ତାର ମେଟାଲକୁ ଧରି ପାରୁନାହିଁ, ଏଣୁ ଗାଡି ଚକରେ ଫର୍ଦ ଫର୍ଦ ହୋଇ ଉଠିଯାଉଛି | ସରକାରୀ ଅଫିସର କିନ୍ତୁ ଯନ୍ତ୍ରୀଙ୍କ ତଦାରଖ ନ ଥିବା କାରଣରୁ ହେଉ ଅବା କିଛି ଭିତିରି ବୁଝାମଣା ଯୋଗୁ କାର୍ଯ୍ୟକ୍ଷେତ୍ରରେ ତାଙ୍କ ଅନୁପସ୍ଥିତି ରହିଛି | ବେଳାମାଗୁଡା ବାସୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ଯନ୍ତ୍ରୀଙ୍କ ଘଟଣା ସ୍ଥଳରେ ପହଞ୍ଚି ଆଉଥରେ ଭଲଭାବରେ ପିଚୁ ପଡି କାମ ହେବା ପାଇଁ ନିର୍ଦ୍ଦେଶ ଦେବା ସହ ଜଣେ ବିଭାଗୀୟ କର୍ମଚାରୀଙ୍କୁ ଦେଖିବା ପାଇଁ ରଖିବେ ବୋଲି ପ୍ରତିଶୃତି ପରେ ଆନ୍ଦୋଳନ ଶାନ୍ତ ପଡିଥିଲା | ଚନ୍ଦ୍ରପୁରରେ ଏହି ଭଳି ଘଟଣା ନିତିଦିନିଆ |

ଏଠି ସମସ୍ତେ ମିଳି ଭଗତରେ ଚାଲି ଉନ୍ନୟନ କାଗଜ କଲମରେ | ତଥାପି ଲୋକ ଆଶା ରଖି ଅପେକ୍ଷା କରିଛନ୍ତି | ସେମାନଙ୍କ ଜିବନ ରେଖା ଏହି ମୁଖ୍ୟ ସଡ଼କରେ ସୁଦୃଢତା ନିଶ୍ଚୟ ହେବ ବୋଲି ବେଲାମଗୁଡା ଗ୍ରାମର ସୁତ କ୍ରିତଙ୍ଗା, ନବୀନ କ୍ରିତଙ୍ଗା, ରେଲି ଵିଦରୀ କାଳିଆ, ବୁବୁଲା କ୍ରିଟିଙ୍ଗ, ରାଜୁ ବ୍ରେଡେକା, କାଶୀ ଗଗରଂଗା ପ୍ରଭୁତି ଶତାଧିକ ପୁରୁଷ ମହିଳା ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଆନ୍ଦୋଳନ ପନ୍ଥା ବାଛିଥିଲେ |

Advertisements

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: