Advertisements
Monday, July 13, 2020
Home Government News ରାୟଗଡ଼ ଠାରେ ଗ୍ୟାସ ବଟଲିଂ ପ୍ଲାଣ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନ ହେବ

ରାୟଗଡ଼ ଠାରେ ଗ୍ୟାସ ବଟଲିଂ ପ୍ଲାଣ୍ଟର ଭିତ୍ତି ପ୍ରସ୍ଥର ସ୍ଥାପନ ହେବ

ରାୟଗଡ଼ ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ / ଗୋପୀନାଥ ଗୌଡ଼): ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ କମ୍ପାନୀ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ରାୟଗଡାଠାରେ ଆଇ ଆଇ ଡି ସେଣ୍ଟର ଠାରେ ଏକ ଏଲ ପି ଜି ବଟଲିଂ ପ୍ଲାଣ୍ଟ ୯୧କୋଟି ଟଙ୍କା ଵ୍ୟୟରେ ଆସନ୍ତା ୧୯ତାରିଖରେ ମାନ୍ୟବର କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ |

ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀ ଝିନ ହିକକା, ରାୟଗଡା ମାନ୍ୟବର ବିଧାୟକ ଲାଲବିହାରୀ ହିମ୍ରିକା ଉପସ୍ଥିତ ରହିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଧର୍ମେନ୍ଦ୍ର ବେହୁରା ଡିଭିଜନ ମ୍ୟାନେଜେର ସୂଚନା ଦେଇଛନ୍ତି | ତାହା ସାଙ୍ଗକୁ ସେ କହିଛନ୍ତି ରାୟଗଡା ଷ୍ଟେସନ ଠାରୁ ମାତ୍ର ୫କି ମି ଦୂରରେ ଅବସ୍ଥିତ ଆଇ ଆଇ ଡି ସେଣ୍ଟର ଠାରେ ଏହି ଏଲ ପି ଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯିବ | ଏହି ପ୍ଲାଣ୍ଟ ୨୧ଏକର ପରିଷୀମାରେ ପରିବ୍ୟାପ୍ତ ଏବଂ ଏହାର ବାର୍ଷିକ ସିଲିଣ୍ଡର ଫିଲିଙ୍ଗ କ୍ଷମତା ୪୨ଲକ୍ଷ ସିଲିଣ୍ଡର ରହିବ | ଆସନ୍ତା ୨୦୨୦ସେପ୍ଟେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି | ରାୟଗଡ଼ ଠାରେ ଏହି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ବଲାଙ୍ଗୀର କଳାହାଣ୍ଡି ସୋନପୁର କୋରାପୁଟ ମାଲକାନଗିରି ନବରଂଗପୁର ବୌଦ୍ଧ ଗଜପତି କନ୍ଧମାଳ ରାୟଗଡ଼ ଓ ନୂଆପଡା ଆଦି ୧୧ଗୋଟି ଜ଼ିଲ୍ଲାର ଉପଭକ୍ତାଙ୍କୁ ଏଲ ପି ଜି ସିଲିଣ୍ଡର ଯୋଗାଣ କରାଯିବ | ୨୦୧୪ମସିହାରେ ଥିବା ମାସିକ ୧. ୦୬ଲକ୍ଷ ରୁ ୨୦୧୯ ସୁଦ୍ଧା ମାସିକ ୨. ୦୬ ଲକ୍ଷ ଏଲ ପି ଜି ଚାହିଦା ପୂରଣ କରିବା ନିମନ୍ତେ ଏହି ଏଲ ପି ଜି ବଟଲିଂ ପ୍ଲାଣ୍ଟ ୧୧ଗୋଟି ଜ଼ିଲ୍ଲାରେ ପ୍ରମୁଖ ଭୂମିକା ଗ୍ରହଣ କରିବ | ଏହି ଦିନ ମାନ୍ୟବର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାୟଗଡ଼ ଲାଡା ଜିମିଡି ପେଟା ଠାରେ ୩ଟି ରେଳ ଓଭର ଫୂଟ ବ୍ରିଜ ର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ଅଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: