ବିଜେଡି ତରଫରୁ ଅଧ୍ୟକ୍ଷଙ୍କ ସମେତ ୧୫ ଜଣ ୱାର୍ଡ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ

0
151
ବିଜେଡି ତରଫରୁ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୧୭/୦୩) : ରାଇରଙ୍ଗପୁର ପୌର ପରିଷଦ ନିର୍ବାଚନ ର ଅନ୍ତିମ ଦିନରେ ବିଜେଡି ତରଫରୁ ପୌର ଅଧ୍ୟକ୍ଷ ପଦବୀ ପାଇଁ ଅଭିଷେକ ପଟ୍ଟନାୟକଙ୍କ ସମେତ ୧୫ ଜଣ ୱାର୍ଡ କାଉନସିଲର ପ୍ରାର୍ଥୀ/ପ୍ରାର୍ଥନୀ ଏଵଂ ଶହ ଶହ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ପିସିଏମ ଭବନରୁ ବାହାରି ଦୁର୍ଗା ମଣ୍ଡପ ଛକରେ ପହଞ୍ଚି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା ନେଇଥିଲେ ।

ପରେ ସେଠାରୁ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ତରଫରୁ
ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ, ୱାର୍ଡ ନଂ ୦୧ ଅରୁଣ ପାଲ, ୦୨ ନଂ ୱାର୍ଡ ଶୁକଦେବ ବେହେରା, ୱାର୍ଡ ନଂ ୦୩ ସୁଶାନ୍ତ ମହାନ୍ତ, ୱାର୍ଡ ନଂ ୦୪ ଆରତୀ ମାରାଣ୍ଡି, ୱାର୍ଡ ନଂ ୦୫ ର କନକଲତା ମୂର୍ମୁ, ୱାର୍ଡ ନଂ ୦୬ ଅନିତା କେଡ଼ିଆ, ୱାର୍ଡ ନଂ ୦୭ ଦେବସ୍ମିତା ଡଗରା, ୦୮ ପୂର୍ଣିମା ମହାନ୍ତ, ୱାର୍ଡ ନଂ ୦୯ ମଙ୍ଗଳ ମାରାଣ୍ଡି, ୱାର୍ଡ ନଂ ୧୦ ମୋହନ ମହାନ୍ତ, ୧୧ ନଂ ସାଇରୁନ ନିଶା, ୱାର୍ଡ ନଂ ୧୨ ଅନୁପ ମହାନ୍ତି, ୱାର୍ଡ ନଂ ୧୩ ଧୀରା ବେଶ୍ରା, ୱାର୍ଡ ନଂ ୧୪ ଚନ୍ଦ୍ରକାନ୍ତି ସେଠୀ, ୱାର୍ଡ ନଂ ୧୫ ମମିତା ଚୌଧୁରୀ ପ୍ରମୁଖ ନାମାଙ୍କନ ଦାଖଲ କରିଥିଲେ ।

ରାଇରଙ୍ଗପୁର ପୌରାଞ୍ଚଳ ର ସାମଗ୍ରିକ ବିକାଶ ଓ ଲୋକଙ୍କର ସୁଖଦୁଃଖ ରେ ସବୁବେଳେ ସାମିଲ ହେବେ ବୋଲି ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକଙ୍କ ସମେତ ସମସ୍ତ କାଉନସିଲର ମାନେ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ।