Friday, March 29, 2024

Top 5 This Week

Related Posts

ଜ୍ଞାନ ରଞ୍ଜନ ହେମ୍ବ୍ରମ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚିତ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୧୭/୦୩) : ମୟୁରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଭାବେ ଜ୍ଞାନ ରଞ୍ଜନ ହେମ୍ବ୍ରମ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି । WhatsApp Image 2022 03 17 at 8.25.59 AM ଜ୍ଞାନ ରଞ୍ଜନ ହେମ୍ବ୍ରମ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚିତ

ସେ ପୂର୍ବରୁ ୨୦୧୨ ମସିହାରୁ ୨୦୧୭ ପର୍ଯ୍ୟନ୍ତ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ, ୨୦୧୭ ରୁ ସୁଦର୍ଶନପୁର ସରପଞ୍ଚ ଭାବେ ନିଷ୍ଠା ର ସହ ଦାୟିତ୍ଵ ସଂପନ୍ନ‌ କରିଥିଲେ । ଚଳିତ ବର୍ଷ ସୁଦର୍ଶନପୁର ପଞ୍ଚାୟତ ର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜ୍ଞାନ ରଞ୍ଜନ ହେମ୍ବ୍ରମ ଜଣେ ମିଷ୍ଟଭାଷୀ, ପରୋପକାରୀ, ଦକ୍ଷ ଜନ ପ୍ରତିନିଧି । ଚାକିରୀ ପ୍ରତି ଆକର୍ଷିତ ନ ହୋଇ ସମାଜ ସେବାକୁ ଜୀବନ ର ବ୍ରତ ମଣିଛନ୍ତି । ରାଇରଙ୍ଗପୁର ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସଦାସର୍ବଦା ତତପର ହେବେ ବୋଲି ଗଣମାଧ୍ୟମକୁ କହିଥିଲେ ।

ସେ ଅଧ୍ୟକ୍ଷ ପଦ ଗ୍ରହଣ କରିବାପରେ ରାଇରଙ୍ଗପୁର ବ୍ଲକ ବିଭାଗୀୟ ଅଧିକାରୀ ରମାକାନ୍ତ ପଣ୍ଡା, ଜିପିଓ ଅନିଲ ଗିରି, ରାମଚନ୍ଦ୍ର ଗୋପ, ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜେନ୍ଦ୍ର ମାରାଣ୍ଡି, ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସଚିକାନ୍ତ ମହାନ୍ତି, ୪୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ‌ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।

ବରିଷ୍ଠ ବିଜେଡ଼ି ନେତା ଡମ୍ବରୁଧର ଦାସ (ନିନା ଦାସ), ଶ୍ରମିକ ନେତା ସୁରାଇ, ନିରଞ୍ଜନ ଗିରି, ରଂଜିତା ଲେଙ୍କା, ଅଭିଷେକ ପଟ୍ଟନାୟକ, ଅଞ୍ଜନ ମଣ୍ଡଳ, ପଙ୍କଜ ସିଂ ଏବଂ ଅନ୍ୟ ନେତୃବୃନ୍ଦ ଶୁଭେଚ୍ଛା ଜଣାଇବା ସହ ପରସ୍ପରକୁ ମିଷ୍ଟାନ୍ନ ଖୁଆଇ ଥିଲେ ।

Popular Articles