Related Contents

ନବରଙ୍ଗପୁରରେ ସହିଦଙ୍କ ପାଇଁ ଭାଜପା ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ.ସତୀଶ): ଆଜି ତା ୧୭:୨:୧୯ ରିଖ ଦିନ ୧୧ ଘଣ୍ଟା ସମୟରେ ନବରଙ୍ଗପୁର ସ୍ଥିତ ଗାନ୍ଧିଛକ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ସଂକଳ୍ପ ସଭାର ଆୟୋଜନ ହେଇଯାଇଛି ।

ଗତ ୧୪ ତାରିଖରେ ଯେଉଁ ଆତଙ୍କବାଦୀ ସଂଗଠନ ଦ୍ଵାରା ଭାରତୀୟ ସେନାଙ୍କ ଉପରେ ଅମାନବୀୟ ଭାବେ ବର୍ବରତା ସହ ଆତ୍ମଘାତୀ ଆକ୍ରମଣ କରି ୪୦ଜଣ ଭାରତୀୟ ଯବାନ ସହିଦ ହୋଇଯାଇଥିଲେ ଫଳରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା । ଏଣୁ ଆଜି ଜିଲ୍ଲା ଭାଜପା ପାର୍ଟି ତରଫରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଏକ ନିଷ୍ଠାପର ଦେଶପ୍ରେମୀ ଭାବେ ସମସ୍ତ ଭାଜପା କାର୍ଯ୍ୟକର୍ତା ଦେଶର ଅଖଣ୍ଡତାକୁ ରକ୍ଷା କରିବାକୁ ଓ ଭାରତୀୟ ସେନାକୁ ଦମ୍ଭର ସହ ଶତ୍ରୁଙ୍କୁ ଲଢ଼ିବାକୁ ମନୋବଳ ବଢ଼େଇବା ପାଇଁ ସବୁବେଳେ ଏକମନ ଏକ ପ୍ରାଣ ହୋଇ ରହିବାକୁ ସଂକଳ୍ପବଧ ନିଆଗଲା ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଶ୍ରୀ ମୂର୍ତ୍ୟଂଜୟ ଦାଶ, ନଗର ସଭାପତି ସୁବ୍ରତ ମିଶ୍ର, ଜିଲ୍ଲା ମେଡିଆ ସଂଯୋଜକ ସଂଜୀବ ନନ୍ଦ, ଜିଲ୍ଲା ଆଦିବାସୀ ସାଧାରଣ ସମ୍ପାଦକ ଦିବାକର ପୂଜାରୀ, ଭାଜପା କାର୍ଯ୍ୟକର୍ତା ଗୌରୀ ମାଝୀ, ନଗର ଯୁବମୋର୍ଚା ସଭାପତି ଅନନ୍ତ ପଣ୍ଡା, ଭାଜପା ନଗର ସାଧାରଣ ସମ୍ପାଦକ ଭୁବନେଶ ପାତ୍ର, ଲିଗାଲ ସେଲ ସଦଶ୍ୟ ସରୋଜ ବେହେରା, ନଗର ଯୁବମୋର୍ଚା ସାଧାରଣ ସମ୍ପାଦକ ସଂଜୀବ ମହାପାତ୍ର,ଭାଜପା ଯୁବମୋର୍ଚା କାର୍ଯ୍ୟକାର୍ତ୍ତ ମଧୁ ଭାଇ ପ୍ରମୁଖ ଉପସ୍ଥିତି ଥିଲେ ।

Comments are closed.