Friday, March 29, 2024

Top 5 This Week

Related Posts

କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୧୭/୦୩) : ମୟୂରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ବିଶୋଇ ବ୍ଲକ ର ଖଡମବେଡା ଅନ୍ତର୍ଗତ ତାରଣା ଗାଁ ରେ ମଙ୍ଗଳବାର ରାତି ୨.୩୦ ସମୟ ପାଖାପାଖିରେ କଲରାପତରିଆ ବାଘ ଆକ୍ରମଣରେ ଭାଉଜ ଓ ଦିଅର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।WhatsApp Image 2022 03 17 at 8.23.36 AM କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର

ସୂଚନାଯୋଗ୍ୟ ଯେ ମଙ୍ଗଳବାର ବିଳମ୍ବିତ ରାତିରେ ଜଙ୍ଗଲକୁ ଲାଗିଥିବା ତାରଣା ଗାଁ ର ମଇନା ହାଁସଦା (୪୭) ଏକ କରିବାକୁ ଘର ବାହାରକୁ ବାହାରିଥିବା ବେଳେ ହଠାତ୍ ଦାଣ୍ଡ ଦୁଆରେ ଥିବା କଲରାପତରିଆ ବାଘ ଆକ୍ରମଣ ର ଶିକାର ହୋଇଥିଲେ । ଭାଉଜ ର ରକ୍ଷାକର ରକ୍ଷାକର ଚିତ୍କାର ଶୁଣି ଦିଅର ସମାୟ ହାଁସଦା ଉଠି ବାଘ ଭାଉଜକୁ ଆକ୍ରମଣ କରୁଥିବା ଦେଖି ବାଘକୁ ଛଡାଉଥିଲେ । ଭାଉଜକୁ ବାଘ ଛାଡି ଦିଅରକୁ ଆକ୍ରମଣ କରି ତଳେ ପକାଇ କାମୁଡି ରକ୍ତାକ୍ତ କରିଦେଇଥିଲା ।

ଏମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠି ବାଘକୁ ଗୋଡ଼ାଇ ଥିଲେ । ବାଘଟି ନିଘଞ୍ଚ ଜଙ୍ଗଲ ଭିତରକୁ ଖସି ପଳାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦଶରଥ ଏବଂ ମଇନାକୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଦଶରଥଙ୍କ ହାତ, ପାପୁଲିକୁ କାମୁଡି ଦେଇଥିବା ବେଳେ ମଇନା ର‌ ବାହୁକୁ କାମୁଡି ଦେଇଛି ।

ପରିବାର ଲୋକେ ବନ ବିଭାଗକୁ ଜଣାଇଥିଲେ । ଦୁଃଖ ର ବିଷୟ ବନ ବିଭାଗ ପିଡିତମାନଙ୍କୁ ନ ଭେଟି ତାରଣା ଗାଁ କୁ ତଦନ୍ତ କରିବା ପାଇଁ ଯାଇଛନ୍ତି । ବାଘ କାମୁଡିବା ଘଟଣା ନେଇ ଗାଁ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ସମାୟ ର ଉପସ୍ଥିତି ବୁଦ୍ଧି ଯୋଗୁଁ ଭାଉଜ ର ଜୀବନ ରକ୍ଷା ପାଇଗଲା । ଅଳ୍ପକେ ବାଘ ଆକ୍ରମଣରୁ ଦୁଇଟି ଜୀବନ ରକ୍ଷା ପାଇଗଲା ।

Popular Articles