Advertisements
Saturday, July 4, 2020
Home Government News କୋଟପାଡ଼ ରେ "ଆମ ଗାଁ ଆମ ବିକାଶ"ର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଟପାଡ଼ ରେ “ଆମ ଗାଁ ଆମ ବିକାଶ”ର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଟପାଡ଼(ସୌମ୍ୟରଂଜନ ସାହୁ): କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଠାରେ ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁକୁଲ୍ୟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନୋହର ବିଶୋଇ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଞ୍ଜଳି ସିରା ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ୧୯ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୮ଜଣଙ୍କୁ ରାସନ କାର୍ଡ ଆଦି ବଣ୍ଟନ କରାଯାଇଥିବା ବେଳେ ୧୪୦ଜଣଙ୍କୁ ଏଲଇଡ଼ି ବଲବ ପ୍ରଦାନ କରାଯାଇଥିଲା | ବିଭିନ୍ନ ୱାର୍ଡର ସ୍ୱୟଂ ସହାୟକ ଗୋଷ୍ଠୀ, ଏବଂ ଅଙ୍ଗନବାଡି ପକ୍ଷରୁ ଆରିସା , କାକରା ଛତୁଆ ପିଠା , କେକ ଆଦି ବିଭିନ୍ନ ପ୍ରକାର ପିଠା ତିଆରି କରାଯାଇ ପ୍ରଦର୍ଶନ କରାଯାଇଥିଲା | ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ବ, କୃଷି, ବିଦ୍ୟୁତ, ଯୋଗାଣ ଆଦି ବିଭାଗର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କୁ ନିଜ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ | ଏଥିରେ ଆଦିବାସୀ ବିକାଶ ପରିଷଦର କଳାକାର ମାନେ ପାରମ୍ପରିକ ଆଦିବାସୀ ଘୁମୁରା ନୃତ୍ୟ ପରିବେଷଣ କରିଥିବାବେଳେ ସର୍ଗିଗୁଡା ବିଦ୍ୟାଳୟର ଛାତ୍ରୀମାନେ ସ୍ଵଚ୍ଚ ଭାରତ ଅଭିଯାନ ଉପରେ ଚିତ୍ତାକର୍ଷକ ନାଟକ ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ |

ଏହି କାର୍ଯ୍ୟକ୍ରମରେ ନ୍ୟୁଜ୭ ର ପୂର୍ବତନ ସାମ୍ବାଦିକା ଜ୍ୟୋସ୍ନା ରାଉଳଙ୍କୁ ସରପଞ୍ଚଙ୍କ ଦ୍ୱାରା ଉତ୍ତରି ଓ ପୁଷ୍ପଗୁଚ୍ଛ ଦେଇ ଏବଂ ମୁଖ୍ୟଅତିଥିଙ୍କ ଦ୍ୱାରା କୋଟପାଡ଼ ଇତିହାସ ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: