Friday, March 29, 2024

Top 5 This Week

Related Posts

ପୂର୍ବତଟ ରେଳବାଇ ମୂଖ୍ୟ ପ୍ରବନ୍ଧକଙ୍କ ଟିଟିଲାଗଡ଼ ଗସ୍ତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା(୧୬/୦୩) : ଟିଟିଲାଗଡ଼ ରେଳ ଜନକ୍ସନ ରେ ପୂର୍ବତଟ ରେଳବାଇ ର ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଶୀ ଙ୍କ ଆଜି ଟିଟିଲାଗଡ଼ ଗସ୍ତ କରିଛନ୍ତି ।WhatsApp Image 2022 03 16 at 9.11.57 PM ପୂର୍ବତଟ ରେଳବାଇ ମୂଖ୍ୟ ପ୍ରବନ୍ଧକଙ୍କ ଟିଟିଲାଗଡ଼ ଗସ୍ତ

ପୂର୍ବତଟ ରେଳବାଇ ମୂଖ୍ୟ ପ୍ରବନ୍ଧକଙ୍କ ଆଜିର ଗସ୍ତ ରେ ସମ୍ପ୍ରସାରିତ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ବିଜୁଳୀ କରଣ, ନୂତନ ରେଳ ଲାଇନ ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ର ତଦାରଖ କରିଥିବା ସହ ଅନେକ ଅଞ୍ଚଳ ଗୁଡ଼ିକୁ ରେଳ ଲାଇନ ସଂଯୋଗୀକରଣ ବ୍ୟବସ୍ଥା ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିପରି ଟିଟିଲାଗଡ଼ ହାତପଦା ରେଳ ଫାଟକ କୁ ବନ୍ଦ କରିଦିଆଯିବା ଓ ଏକ ଭୂତଳ ପୋଲ ନିର୍ମାଣ ପୂର୍ବରୁ ଏପରି ଯାତାୟାତ ର ମୁଖ୍ୟ ରାସ୍ତା ବନ୍ଦ କରିଦେବା ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଯୁବ ନାଗରିକ କମିଟି ତରଫରୁ ଦାବି କରାଯାଇଥିବା ବେଳେ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କୁ ଡାକ ଯୋଗେ ଦାବି ପତ୍ର ମାନ ପ୍ରେରଣ କରାଯାଇଛି ।

ସେହିପରି ଟିଟିଲାଗଡ଼ ଚେମ୍ବର ଆଫ କମର୍ସ ଓ ବେପାରୀ ସଂଘ ର କର୍ମକର୍ତା ତାଙ୍କୁ ଭେଟି ଅନେକ ଦାବି ଗୁଡ଼ିକ ଜଣାଇଥିଲେ । ତାଙ୍କ ସହିତ ପୂର୍ବ ତଟ ରେଲୱେ ଜୋନାଲ ସ୍ତରର ଓ ସମ୍ବଲପୁର ଡିଭିଜନ ର ସବୁ ବଡ଼ ସ୍ତରର ରେଲୱେ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସଂଘ ତରଫରୁ ପ୍ରଦାନ କରାଯାଇ ଥିବା ପତ୍ର ରେ ଉଲ୍ଲେଖ ଥିବା ଦାବି ଗୁଡିକୁ ମୂଖ୍ୟ ପ୍ରବନ୍ଧକ ଉଚ୍ଚ ଅଧିକାରୀଙ୍କୁ କିଛି ଦାବି କୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇ ଥିଲେ । ଚେମ୍ବର ତରଫରୁ ଈଶ୍ୱର ଜୈନ, ଗୋପାଳ ଲାଠ, ନଦୀମ ଖାନ, ବେପାରୀ ସଂଘ ତରଫରୁ ଶମ୍ଭୁ ଗୋୟଲ, ଗୋପାଳ ଜୈନ, ସତ୍ୟନାରାୟଣ ଗୁପ୍ତା ତଥା ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Popular Articles