Friday, March 29, 2024

Top 5 This Week

Related Posts

ପୌର ନିର୍ବାଚନ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ : ତାଲିମ ନେଲେ ୧୨୦ ଜଣ ଅଧିକାରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୬/୩) : ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି, ବିନିକା ଏନ ଏ ସି ଓ ତରଭା ଏନ୍‌ ଏ ସି ରେ ପୌର ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଆସନ୍ତା ୨୪ ରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ୩ ଗୋଟି ପୌରାଞ୍ଚଳ ର ସମୁଦାୟ ୩୯ ଟି ୱାର୍ଡ ର ୪୮ ଟି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ଆବଶ୍ୟକ ୧୨୦ ଜଣ ସେକ୍ଟର ଅଫିସର, ପ୍ରିଜାଇଣ୍ଡିଙ୍ଗ ଓ ଫାଷ୍ଟ ପୁଲିଂ ଅଫିସରଙ୍କୁ ପୌର ନିର୍ବାଚନ ପରିଚାଳନା ନେଇ ଏକ ତାଲିମ ଶିବିର ସୋନପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି ।

ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ତହସିଲଦାର ବିନିକା ମୁକ୍ତେଶ୍ଵର ପାଣିଗ୍ରାହୀ, ନିର୍ବାହୀ ଅଧିକାରୀ ସୋନପୁର ମ୍ୟୁନିସିପାଲିଟି ସୂର୍ଯ୍ୟଂଶୁ ରୁଟ ଙ୍କ ଉପସ୍ଥିତିରେ ମାଷ୍ଟର ଟ୍ରେନର ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୁଲ୍ୟ କୁମାର ନନ୍ଦ ପାୱାର ପଏଣ୍ଟ ଜରିଆରେ ଇ ଭି ଏମ ରେ ଭୋଟ ଗ୍ରହଣ ପଦ୍ଧତି ର ଡେମୋ ତଥା ଟେଣ୍ଡର ଭୋଟ ଏବଂ ଚେଲେଞ୍ଜ ଭୋଟ ପାଇଁ ଆବଶ୍ୟକ ନିୟମାବଳୀ ଓ ଭୋଟିଙ୍ଗ ପକ୍ରିୟା ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ମାଷ୍ଟର ଟ୍ରେନର ଶଶୀଭୂଷଣ ପ୍ରଧାନ, ଏ ବି ଡି ଓ, ସୋନପୁର, ଶ୍ରୀକୁମାର ରଥ – ନିର୍ବାହୀ ଅଧିକାରୀ, ବିନିକା ଏନ ଏ ସି, ଦେବାଶିଷ ଭୁଁୟା -ଜେଇ, ସୋନପୁର ମ୍ୟୁନିସିପାଲିଟି, ପ୍ରମୁଖ ତାଲିମ ପ୍ରଦାନ କରି ନିର୍ବାଚନ ପରିଚାଳନା ନିୟମାବଳୀ ଉପରେ ଆଲୋକପାତ କରିଥିଲେ l ପୌର ନିର୍ବାଚନ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ନିଶି ପୁନମ ମିଞ୍ଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ସାଧାରଣ ଓ ବିବିଧ ଶାଖା ସୂର୍ଯ୍ୟମଣୀ ଭୋଇ ସହଯୋଗ କରିଥିଲେ l

Popular Articles