Thursday, March 28, 2024

Top 5 This Week

Related Posts

ଜିଲ୍ଲା ପରିଦର୍ଶନ କମିଟି ର ସ୍ୱଧାର ଗୃହ ପରିଦର୍ଶନ

ରିପୋର୍ଟ : ସୁଶାନ୍ତ ବେହରା
ବୌଦ୍ଧ, (୧୬/୩) : ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଦର୍ଶନ କମିଟି ର ଏକ ଟିମ୍ ବୁଟୁପାଲିସ୍ଥିତ ସ୍ୱଧାର ଗୃହ ପରିଦର୍ଶନ କରିଥିଲେ ।WhatsApp Image 2022 03 16 at 9.10.30 PM ଜିଲ୍ଲା ପରିଦର୍ଶନ କମିଟି ର ସ୍ୱଧାର ଗୃହ ପରିଦର୍ଶନ

ସେଠାରେ ଜିଲ୍ଲା ପରିଦର୍ଶନ କମିଟି ଟିମ୍ ସ୍ୱଧାର ଗୃହ ର ଅନ୍ତେବାସୀଙ୍କ ସହିତ ଆଲୋଚନା କରି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦଳବେହେରା ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଭଲ ମଣିଷ ହେବା ସହିତ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । ମାନସିକ ଅନଗ୍ରସର ପିଲାମାନଙ୍କୁ ଚିକିତ୍ସା କରାଯିବା ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ମନ୍ତବ୍ୟ ପ୍ରଦାନ କରିଥିଲେ ।

ପିଲାମାନଙ୍କ ଚକ୍ଷୁ ପରୀକ୍ଷା ପରେ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଚିକିତ୍ସାଳୟକୁ ପଠାଯିବା, ଶ୍ରବଣବାଧିତ ପିଲାଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇଦେବା ଏବଂ ଏକ ଡାକ୍ତରୀ ଟିମ୍ ଆସି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରକାଶ କରିଥିଲେ । ସ୍ୱଧାର ଗୃହ ର ଅନ୍ତେବାସୀଙ୍କ ସହ ଆଲୋଚନା ସମୟରେ ବିଭିନ୍ନ ତାଲିମ ମାଧ୍ୟମରେ ସ୍ୱାବଲମ୍ବୀ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ଭିନ୍ନକ୍ଷମ ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ସହିତ ଅତିଥିମାନେ ଆଲୋଚନା କରିବା ସହିତ ସେମାନଙ୍କର ଶିକ୍ଷା ଓ ଦକ୍ଷତା ସଂପର୍କରେ ଅନୁଧ୍ୟାନ କରିଥିଲେ । ସ୍ୱଧାର ଗୃହ ର ପରିଷ୍କାର, ପରିଚ୍ଛନ୍ନତା, ରୋଷେଇ ଘର, ଶ୍ରେଣୀଗୃହ, ଛାତ୍ରାବାସ, ଶୌଚାଳୟ ଏହି ଟିମ ପରିଦର୍ଶନ କରିଥିଲେ ।

ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡିଏସପି ସାଲେଷ୍ଟିନ ଟିଗା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ପ୍ରୋଗ୍ରାମ ଅଧିକାରୀ ଶମିଷ୍ଠା ହୋତା, ସିଡିପିଓ ହରଭଙ୍ଗା ନିରୂପମା ପାଣି ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ସାମିଲ ହୋଇଥିଲେ । ସ୍ୱଧାର ଗୃହ ର ସୁପରିଟେଣ୍ଡେଣ୍ଟ୍ ଯମୁନା ବରାଳ, ଅଧ୍ୟକ୍ଷ ସ୍ପେଶାଲ ସ୍କୁଲ, କାଉନସିଲର ସବିତା ହୋତା, ବବିତା ଗାଇଗୌରିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Popular Articles