ରାଜଗାଙ୍ଗପୁର ସହର ବାସୀଙ୍କ ଦାବି ପୂରଣ – ରାଉରକେଲା କୋରାପୁଟ ଏକ୍ସପ୍ରେସ ରାଜଗାଙ୍ଗପୁରରେ ରହଣି

ରାଜଗାଙ୍ଗପୁର (ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଷ୍ଟେସନରେ ଗତକାଲି ୧୫.୨.୨୦୧୯ ସନ୍ଧ୍ୟା ୬.୩୦ରେ ରାଉରକେଲା ରୁ କୋରାପୁଟ ଯିବା ଟ୍ରେନ କୋରାପୁଟ ଏକ୍ସପ୍ରେସ ରାଜଗାଙ୍ଗପୁର ଷ୍ଟେସନ ରହିବାର ଦେଖିବାକୁ ମିଳିଥିଲା ।

ବହୁ ଦିନ ପରେ ରାଜଗାଙ୍ଗପୁର ବାସିନ୍ଦାଙ୍କ ଆଶା ପୂରଣ ହେଲା । ଲୋକମାନଙ୍କୁ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଯାତ୍ରୀ ମାନେ ପ୍ରାୟ ୩୬କି.ମି ଦୂର ରାଉରକେଲାକୁ ଯାଇ କୋରାପୁଟ ଏକ୍ସପ୍ରେସ ରେଳଗାଡିରେ ଧରି ଯାତ୍ରା କରୁଥିଲେ। କିନ୍ତୁ ବର୍ତ୍ତମାନ ରାଜଗାଙ୍ଗପୁର ବାସିନ୍ଦା ଅତ୍ୟନ୍ତ ଖୁସି ରାଉରକେଲା ରୁ କୋରାପୁଟ ଯାଉଥିବା କୋରାପୁଟ ଏକ୍ସପ୍ରେସ ଏବେ ରାଜଗାଙ୍ଗପୁର ରେଳ ଷ୍ଟେସନରେ ରହିବ । ବିଜେପିର ସଭାପତି ଏବଂ ତାଙ୍କ ସହକର୍ମୀ ରାଜଗାଙ୍ଗପୁର ଷ୍ଟେସନର ଷ୍ଟେସନ ମାଷ୍ଟର ପାଖକୁ ଯାଇ କୋରାପୁଟ ଏକ୍ସପ୍ରେସ ଟ୍ରେନର ଗାଇଡ଼ ଶ୍ରୀ ଡି.କେ ଦାସ, ଓ ଲୋକପାଇଲଟ ଶ୍ରୀ ଏସ.କେ ପାଲକୁ ରାଜଗାଙ୍ଗପୁର ବିଜେପି ସଭାପତି ଶ୍ରୀଧର ସ୍ବାଇଁ ତାଙ୍କୁ ଫୁଲ ଗୋଛା ଦେଇ ସ୍ୱାଗତ ଜଣାଇଥିଲେ। ଏବଂ ଟ୍ରେନରେ ବି ଫୁଲମାଳ ଦେଇଥିଲେ । ଆଗାମୀ ଦିନରେ ରାଜଗାଙ୍ଗପୁର ଷ୍ଟେସନରେ ଵହୁ ଜଲଦି ଅନେକ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ଲୋକ ମାନଙ୍କୁ ଆଶ୍ୱାସନା ଦେଇଛନ୍ତି ବିଜେପିର ସଭାପତି ଶ୍ରୀଧର ସ୍ୱାଇଁ ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀମତୀ ଶଶୀ ରେଖା ସାମଲ |

Comments are closed.