ଜଳାଶୟ ନ ପୋତିବା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

0
223
ଜଳାଶୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୬/୩) : ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କୁ ନେଇ ଗ୍ରାମବାସୀ ଙ୍କ ଅସନ୍ତୋଷ ର ଦାନା ବନ୍ଧୁଥିବା ଜଣା ପଡିଛି । ଏପରିକି ବୁଧବାର ଦିନ ଉକ୍ତ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଭେଟି ଜଳାଶୟ ନ ପୋତିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣା ପଡ଼ିଛି ।WhatsApp Image 2022 03 16 at 9.09.06 PM ଜଳାଶୟ ନ ପୋତିବା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଗ୍ରାମବାସୀ ଙ୍କ ଦାବିପତ୍ର ଅନୁଯାୟୀ ଯେ ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ଗ୍ରାମ ଟି ଜିଲ୍ଲା ସର୍ବ ପୁରାତନ ଗ୍ରାମ ହୋଇଥିବା ବେଳେ ଗ୍ରାମରେ ୫୦ ଏକର ଆୟତନ ବିଶିଷ୍ଟ ଜଳାଶୟ ବା (ବନ୍ଧ) ରହିଛି । ଉକ୍ତ ଗ୍ରାମ ରେ ପ୍ରାୟ ୫ ହଜାର ଲୋକ ବସବାସ କରୁଥିବା ବେଳେ ଉକ୍ତ ଜଳାଶୟ ଉପରେ ଗ୍ରାମର ପାଖାପାଖି ୮୦ ପ୍ରତିଶତ ଲୋକ ଚାଷ ଭଳି ନିଜର ଦୈନନ୍ଦିନ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଚଳନ୍ତି ।

ଦେଖିବାକୁ ଗଲେ ଉକ୍ତ ଜଳାଶୟ ଟି ଚାଷ କ୍ଷେତ୍ର ରେ ୨୫ ଶହ ଏକର ଜମି କୁ ଜଳ ଯୋଗାଇବାରେ ସମକକ୍ଷ ହୋଇପାରୁଥିବା ବେଳେ ବର୍ତ୍ତମାନ ନିର୍ମାଣାଧୀନ ଖୋର୍ଦ୍ଧା-ବଲାଙ୍ଗୀର ରେଳ ରାସ୍ତା ପୋଖରୀ ମଧ୍ୟ ଦେଇ ଯାଉଥିବାରୁ ଜଳାଶୟ କୁ ସଙ୍କଟ ଦେଖା ଦେଇଛି । ରେଳ ବିଭାଗ ଯୋଜନା ଅନୁଯାୟୀ ବିନା ପୋଲ ନିର୍ମାଣ ରେ ଜଳାଶୟ କୁ ପୋତି ରେଳ ରାସ୍ତା ତିଆରି କରାଯିବ ।

ଫଳରେ ଉକ୍ତ ଜଳାଶୟଟି ସମ୍ପୂର୍ଣ୍ଣ ଭାବେ ପୋତି ହେବା ସହ ଚାଷୀ ଓ ଗ୍ରାମବାସୀ ମାନେ ଅସୁବିଧାରେ ସମ୍ମୁଖୀନ ହେବା ସହ ଉକ୍ତ ଅଞ୍ଚଳ ର ପରିବେଶ ଖରାପ ହୋଇ ଚାଷ ଜମି ସବୁ ମରୁଭୂମି ପାଲଟି ଯିବ ବୋଲି ଗ୍ରାମବାସୀ ମାନେ ଦାବି ରଖିଥିବା ଜଣା ପଡିଛି । ରେଳ ବିଭାଗ ର ମନମୁଖୀ କାର୍ଯ୍ୟ ଯୋଗୁଁ ସରକାର ଙ୍କ ବିରୋଧି ହେବା ପାଇଁ ଗ୍ରାମବାସୀ ଙ୍କ ଭିତରେ ଧୀରେ ଧୀରେ ଦାନା ବାନ୍ଧୁଛି ।

ତେଣୁ ଜଳାଶୟର ଏ ପାଖରୁ ସେପାଖ ପର୍ଯ୍ୟନ୍ତ ପୋଖରୀ ଉପରେ ରେଳ ବିଭାଗ ପୋଲ ନିର୍ମାଣ କରି ଉକ୍ତ ଜଳାଶୟକୁ ସୁରକ୍ଷା ଦିଆଯାଉ ବୋଲି ଦାବି ପତ୍ର ଉଲ୍ଲେଖ ରହିଛି । ନଚେତ ଆଗାମୀ ଦିନରେ ବାଧ୍ୟ ହୋଇ ରାଜରାସ୍ତା କୁ ଗ୍ରାମବାସୀ ଓଲ୍ହାଇବୁ ବୋଲି ଚେତାବନୀ ଦେଇଛନ୍ତି ।