ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
135
ଜାତୀୟ ଯକ୍ଷ୍ମା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୬/୦୩) : ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ( NTEP) ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଯକ୍ଷ୍ମା ମୁକ୍ତ ଭାରତ ଗଠନ କରିବା lWhatsApp Image 2022 03 16 at 9.08.40 PM ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ପରିପ୍ରେକ୍ଷୀରେ ଆଜି ବୌଦ୍ଧ ଜିଲ୍ଲା ର ବିଭିନ୍ନ ଗ୍ରାମ ରେ ଯଥା ବୀରନରସିଂହପୁର, ପୁରୁଣା କଟକ ଏବଂ ତିଳେଶ୍ୱର ଗ୍ରାମ ରେ ଗ୍ରାମବାସୀ, ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ଉପସ୍ଥିତି ରେ ପାଲା ମାଧ୍ୟମ ରେ ଜାତୀୟ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା l

ବିଜୟା ଜାଗୃତି ପାଲା ସଂସଦ ର ସଭାପତି ତଥା ବରିଷ୍ଠ ପାଲା ଗାୟକ ବାଞ୍ଛାନିଧି ପ୍ରଧାନ ଓ ସାଥୀ କଳାକାର ପାଲା ପରିବେଷଣ କରିଥିଲେ ଓ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ବିଷୟ ରେ ଗ୍ରାମବାସୀ ଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ l