Advertisements
Saturday, July 4, 2020
Home Government News ରାୟଗଡ଼ ଲାଡା ଜିମିଡି ପେଟା ରେଳଷ୍ଟେସନ ଫୂଟ ଓଭର ବ୍ରିଜ ୧୯ତାରିଖରେ ସମର୍ପିତ ହେବ

ରାୟଗଡ଼ ଲାଡା ଜିମିଡି ପେଟା ରେଳଷ୍ଟେସନ ଫୂଟ ଓଭର ବ୍ରିଜ ୧୯ତାରିଖରେ ସମର୍ପିତ ହେବ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଯାତ୍ରୀ ମାନଙ୍କ ବହୁ ପ୍ରତିକ୍ଷିତ ରାୟଗଡା ଲାଡା ଜିମିଡି ପେଟାର ଫୂଟ ଓଭର ବ୍ରିଜ ରେଳ ଯାତ୍ରୀଙ୍କ ଅଧକରୁ ଅଧିକ ସୁବିଧା ସେବା ଯୋଗାଇଦେବା ନିମନ୍ତେ ପୂର୍ବତଟ ରେଳପଥ ୱାଲଟିର ରେଳମଣ୍ଡଳ ରାୟଗଡ଼ ଜ଼ିଲ୍ଲାର ଉପରୋକ୍ତ ୩ଟି ସ୍ଥାନରେ ଆସନ୍ତା ୧୯.୦୨.୨୦୧୯ରେ ଜାତି ଉଦେଶ୍ୟରେ ସମର୍ପିତ ହେବାର କାର୍ଯ୍ୟକ୍ରମ ଅଛି |

ଉଭୟ ଲାଡା ଓ ଜିମିଡିପେଟା ରେଳ ଷ୍ଟେସନରେ ପ୍ରତ୍ୟକ ଦୁଇଟି ଲେଖାଏଁ ପ୍ଲାଟଫର୍ମ ଚାରୋଟି ଲାଇନ ଦ୍ୱାରା ପୃଥକ ହୋଇଛି ଉଭୟ ଲାଡା ଓ ଜିମିଡିପେଟାର ଫୂଟ ଓଭର ବ୍ରିଜ ନିମନ୍ତେ ୧.୧୨କୋଟି ହିସାବରେ ୨.୨୪କୋଟି ଖର୍ଚ୍ଚରେ ୩ମିଟର ଚୌଡା ଓ ୩୬. ୨ମିଟର ଲମ୍ବର ଦୁଇଟି ଫୂଟ ଓଭର ବ୍ରିଜ ନିର୍ମାଣ କରାଯାଇଛି | ଠିକ ସେହିପରି ରାୟଗଡ଼ ରେଳଷ୍ଟେସନ ଠାରେ ୨.୪୪କୋଟି ଟଙ୍କା ବ୍ୟୟରେ ରେଳଯାତ୍ରୀଙ୍କ ଚଳାଚଳ ନିମନ୍ତେ ଏକ ଫୂଟ ଓଭର ବ୍ରିଜ ସହ ରମ୍ପ ବ୍ୟବସ୍ଥା କରାଯାଇଛି | ରାୟଗଡ଼ ରେଳଷ୍ଟେସନକୁ ଏ ଶ୍ରେଣୀ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇ ଏହି ଷ୍ଟେସନକୁ ଏକ ଆଦର୍ଶ ଷ୍ଟେସନ ଭାବରେ ଉନ୍ନତି କାରଣ କରାଯାଇଛି | ଏହି ଷ୍ଟେସନ ରାୟପୁର ଓ ବିଜ଼ୟନଗରମ ତଥା କୋରାପୁଟ ରାୟଗଡ଼ ରେଳ ଲାଇନର ଏକ ଜଙ୍କ୍ସନ ଭାବେ ସେବା ଦେଇଆସୁଛି |

ଏହି ଷ୍ଟେସନରେ ୩ଟି ପ୍ଲାଟଫର୍ମ ସହିତ ଗୋଟିଏ ଆଇସଲାଣ୍ଡ ପ୍ଲାଟଫର୍ମ ରହିଛି ଓ ଯାତ୍ରୀଙ୍କ ଯିବା ନିମନ୍ତେ ଏକ ୧. ୮ମିଟର ଚୌଡାର ଏକ ଫୂଟ ଓଭର ବ୍ରିଜ ସହ ସିଢିର ବ୍ୟବସ୍ଥା ଉପଲବ୍ଧ ଥିଲା | ସେଥି ନିମନ୍ତେ ଯାତ୍ରୀଙ୍କ ଏକ ପ୍ଲଟ ଫର୍ମରୁ ଅନ୍ୟ ପ୍ଲଟ ଫର୍ମକୁ ଯାତାୟାତ ନିମନ୍ତେ ଏକ ନୂତନ ଫୂଟ ଓଭର ବ୍ରିଜ ନିର୍ମାଣ କରାଯାଇଛି, ଯାହା ଆସନ୍ତା ୧୯ଫେବୃଆରୀରେ ସମର୍ପିତ ହେବ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିସି ରାସ୍ତା ଉଦଘାଟନ କଲେ ସାଂସଦ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକାକଲ୍ୟାଣସିଂହପୁର ( ତା ୩/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ର ୩ ଗୋଟି ପଞ୍ଚାୟତ ନାରାୟଣ ପୁର ,ସିଙ୍ଗାରି ଓ...

ଆସଲାମ ଖାନ, ସୋସିଆଲ ମେଡିଆ ସମ୍ପାଦକ ଭାବେ ମନୋନୀତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୪/୦୭): ଭାରତୀୟ ଜାତୀୟ କଂଗ୍ରେସ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସୁପାରିସରେ ଅଭିଷେଖ ମହାନନ୍ଦ ଚେୟାରମ୍ୟାନ(ସୋସିଆଲ ମେଡିଆ ତଥା ଡିଜିଟାଲ...

ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା

ରିପୋର୍ଟ: ତ୍ରିନାଥ ଧୂରୁଆ //ଝରୀଗାଁ(୦୪/୦୭) : ନରହନ୍ତା ପିତା , ନିଜ ଔରସରୁ ଜନ୍ମିତ କୋଡିଏ ଦିନର କଅଁଳ ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କଲା ବାପା, ହତ୍ୟାପରେ...

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (୩:୭:୨୦୨୦): ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ବନ୍ଧୁଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଆଜି ପ୍ରତିବାଦ...

Recent Comments

%d bloggers like this: