Thursday, March 28, 2024

Top 5 This Week

Related Posts

ପୌର ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ତାଲିମ

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା, ତା(୧୫/୩) : ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାୟଗଡ଼ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ ।  ପୌର ନିର୍ବାଚନ ନିମନ୍ତେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଗତ ସୋମବାର ପ୍ରକାଶ ପାଇଛି । WhatsApp Image 2022 03 16 at 9.39.19 AM ପୌର ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ତାଲିମ

ମଙ୍ଗଳବାର ଦିନ ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ୩୩ ଗୋଟି ପ୍ରିଜାଇଡିଂ, ପ୍ରଥମ ପୋଲିଂ ଅଧିକାରୀ ତଥା ସମସ୍ତ ସେକ୍ଟର ଅଧିକାରୀଙ୍କୁ ପୌର ନିର୍ବାଚନ ନିମନ୍ତେ ତାଲିମ ପ୍ରଦାନ କରାଯାଇ ଅଛି । ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ମାଷ୍ଟର ତାଲିମଦାତା ରୂପେ ମୁନିଗୁଡ଼ା ତହସିଲଦା ର ଦେବାଶିଷ ଗୌଡ଼, ରାୟଗଡ଼ା ଅତିରିକ୍ତ ତହସିଲଦାର ସୁନିଲ ଖୋରା ଉପସ୍ଥିତ ଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରହ୍ମାନନ୍ଦ ବେହେରା ଯୋଗ ଦେଇ ଇଭିଏମ୍ ମେସିନ ର ବ୍ୟବହାର, ଅଧିକାରୀଙ୍କ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ । ପାୱାର ପଏଣ୍ଟ ମାଧ୍ୟମରେ ଭୋଟିଂ ପ୍ରକ୍ରିୟା, ସିଲିଂ ପଦ୍ଧତି ଓ ଫର୍ମ ପୂରଣ କୌଶଳ ପ୍ରଦାନ କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀ ବିଲାଲ ଅହମଦ, ତହସିଲଦାର ତାପସ ରାଉତ, ଏସ ଡି ପି ଓ ସୂର୍ଯ୍ୟ ନାରାୟଣ ମହାରଣା,  ଚନ୍ଦ୍ରଶେଖର ରଥ, ପି ଏ ଗୋପାଳ ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ ରେ ସହଯୋଗ କରିଥିଲେ । ଉକ୍ତ ତାଲିମ ର ରାୟଗଡ଼ ଥାନାରୁ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।WhatsApp Image 2022 03 16 at 9.39.18 AM 1 ପୌର ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ତାଲିମ

ତାଲିମ କୁ ସହଜ ଓ ବୋଧଗମ୍ୟ କରିବା ନିମନ୍ତେ ପାୱାର ପଏଣ୍ଟ ଓ ଇଭିଏମ ମେସିନ ର ବ୍ୟବହାର ପାଇଁ ଦୁଇଟି ସ୍ୱତନ୍ତ୍ର ପ୍ରକୋଷ୍ଠ ରେ ତାଲିମ ର ଆୟୋଜନ କରାଯାଇଥିଲା । ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପୋଲିଂ ଅଧିକାରୀଙ୍କ ଭୂମିକା ଓ ଫର୍ମ ପୂରଣ ବିଷୟରେ ଆଲୋଚନା କରିଥିଲେ ।

ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର  ତାଲିମାର୍ଥିଙ୍କୁ ସ୍ୱତନ୍ତ୍ର ଭାବରେ ବାଲଟ ଓ କଣ୍ଟ୍ରୋଲ ୟୁନିଟ କୁ ଯୋଡିବା, ମୋକପୂଲ୍ ପ୍ରକ୍ରିୟା, ସିଲିଂ ଆଦି କୌଶଳ ଆଲୋଚନା କରିଥିଲେ । ବୁଧବାର ଦିନ ଅବଶିଷ୍ଟ ପୋଲିଂ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Popular Articles