ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ବୟାନ

0
145
ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’

ରିପୋର୍ଟ : ସୁଭାସିସ ନାୟକ 
ନୂଆଦିଲ୍ଲୀ, (୧୬/୦୩) : ଚର୍ଚ୍ଚାରେ ବଲିଉଡ୍ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ । ଫିଲ୍ମକୁ ସବୁଠି ସକାରାତ୍ମକ ପ୍ରତିକ୍ରିୟା ମିଳୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫିଲ୍ମକୁ ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି । 

ବିଜେପି ସଂସଦୀୟ ବୈଠକରେ ମୋଦି ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ କୁ ନେଇ ଚର୍ଚ୍ଚା କରିଛନ୍ତି । ଫିଲ୍ମକୁ ପ୍ରଶଂସା କରି ମୋଦି କହିଛନ୍ତି, କଶ୍ମୀରର ସତ୍ୟତା ସାମ୍ନାକୁ ଆଣିଛି ଏହି ସିନେମା । ଏଭଳି ଫିଲ୍ମ ନିର୍ମାଣ କରାଯିବା ଦରକାର ଏବଂ ସମସ୍ତେ ଏହାକୁ ଦେଖନ୍ତୁ ବୋଲି କହିଛନ୍ତି ମୋଦୀ ।

କିଛି ଦିନ ତଳେ ଫିଲ୍ମର ନିର୍ମାତା ଓ ଏହାର କଳାକାର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଫିଲ୍ମଟି ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହୋଇଥିଲା । କଶ୍ମୀରର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ର କଥା ବଖାଣିଛି ଏହି ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ଭେଟେରାନ୍ ଅଭିନେତା ମିଥୁନ ଚକ୍ରବର୍ତୀ, ଅନୁପମ ଖେର୍, ପଲ୍ଲବୀ ଯୋଶୀ ଓ ଦର୍ଶନ କୁମାର ରହିଛନ୍ତି । ବିବେକ ଅଗ୍ନିହୋତ୍ରୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।