ମମିତା ଭଳି ମାନସ ର ହତ୍ୟା କାଣ୍ଡ ପଛରେ ଚିପ୍ : ସନ୍ଦେହ ଘେରରେ ୱେବ୍ ପୋର୍ଟାଲ ମାଲିକାଣୀ

0
156
ମମିତା ଭଳି

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୬/୦୩) : କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା ପଛରେ ରହିଛି ମେମୋରୀ ଚିପ୍ । ବଲାଙ୍ଗୀର ର ମମିତା ଭଳି ନୟାଗଡ଼ ର ମାନସଙ୍କ ହତ୍ୟା ପଛରେ ଏକ ମେମୋରୀ ଏକ ମେମୋରୀ ଚିପ୍ ଥିବା ପୋଲିସ ଜାଣିବାକୁ ପାଇଛି । 

ଏହି ଚିପ୍ ସହ ମାନସଙ୍କ ହତ୍ୟା ର ଷଡଯନ୍ତ୍ର ରଚିଥିବା ୱେବ୍ ପୋର୍ଟାଲ ର ମାଲିକାଣୀଙ୍କୁ ପୋଲିସ ଖୋଜୁଛି । ମମିତା ଭଳି ମାନସଙ୍କ ପାଖରେ ଥିବା ମେମୋରୀ ଚିପ୍ ରେ ମାଲିକାଣୀଙ୍କ କିଛି ଗୁପ୍ତ ତଥ୍ୟ ରହିଥିବା ସନ୍ଦେହ କରାଯାଉଛି ଏବଂ ଯେଉଁଥି ପାଇଁ ମାଲିକାଣୀ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଛନ୍ତି ।

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲା ରେ ୱେବ ପୋର୍ଟାଲ ମାଲିକାଣୀଙ୍କ ଭୂମିକା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ପୋଲିସ ଘଟଣାର ଛାନଭିନ୍ କରୁଥିବା ବେଳେ ଏକ ବିଶ୍ୱସ୍ତ ସୂତ୍ରରୁ ଏହି ଗୁରୁତ୍ୱପୁୂର୍ଣ୍ଣ ସୂଚନା ମିଳିଛି । ୱେବ ପୋର୍ଟାଲ ମାଲିକାଣୀ ଜଣକ ମାନସଙ୍କୁ ଅଶ୍ଳୀଳ ଫିଲ୍ମ ର ଶୁଟିଂ ପାଇଁ ଲଗାଇଥିବା ଜଣା ପଡ଼ିଛି । ତେବେ କ୍ୟାମେରାମ୍ୟାନ୍ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ୱେବ ପୋର୍ଟାଲ ମାଲିକାଣୀ ।

ସୂଚନା ଅନୁସାରେ କୁଆଡେ଼ ମାନସ ସ୍ୱାଇଁ ଏହି କାମ ଛାଡ଼ି ଘରକୁ ପଳାଇ ଆସିଥିଲେ । ଏହାପରେ ଚାରି ପାଞ୍ଚ ଜଣ ଲୋକଙ୍କୁ ନେଇ ମାଲିକାଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ଜଣାପଡ଼ିଥିଲା ସେ ଚାନ୍ଦାବାଲି ନିକଟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଛନ୍ତି । ସେଠାରୁ ତାଙ୍କୁ ଉଠାଇ ନେଇ ଭୁବନେଶ୍ୱର ସ୍ଥିତ ଏକ ବୃଦ୍ଧାଶ୍ରମକୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିଲା । ଆଉ ଏହି ମାରପିଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

ୱେବ ପୋର୍ଟାଲ ମାଲିକାଣୀ ଏବେ ଫେରାର୍ ଅଛନ୍ତି । ତାଙ୍କ ସହିତ ନିରଞ୍ଜନ ସେଠୀ ଓ ଆଉ କିଛି ଜଣ ବ୍ୟକ୍ତି ଫେରାର ଅଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁ ର ମାନସ ସ୍ୱାଇଁ ଭୁବନେଶ୍ୱରରେ ‘ସମ୍ପୂର୍ଣ୍ଣା’ ନାମକ ଏକ ୱେବ୍ ପୋର୍ଟାଲରେ କ୍ୟାମେରା ମ୍ୟାନ୍ ଭାବେ କାମ କରୁଥିଲେ ।

ଅନ୍ୟପକ୍ଷରେ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ । ହଜିଲା ପୁଅକୁ ଚାରିଆଡେ଼ ଖୋଜି ଥିଲେ । ମାତ୍ର ପରିବାର ଲୋକ ମାନସଙ୍କ ପତ୍ତା ପାଇ ନଥିଲେ । ଏ ନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଭୁବନେଶ୍ୱର ଓ ଚାନ୍ଦବାଲି ଥାନାରେ ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ । ଚାନ୍ଦବାଲି ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିଲା ।

ପୁଲିସ୍ ପ୍ରଥମେ ପଳାଶପୁରକୁ ଯାଇଥିଲା । ସେଠାରୁ ମାନସଙ୍କ ସାଙ୍ଗରେ ଯାଇଥିବା ଯୁବକଙ୍କ ସମ୍ପର୍କରେ ସୂଚନା ପାଇଥିଲା । ଏହା ପରେ ପୁଲିସ୍ ସମ୍ପୃକ୍ତ ଯୁବକକୁ ଉଠାଇ ଆଣିଥିଲା । ତାକୁ ଜେରା ପରେ ସେ ଅପହରଣ ନେଇ କହିଥିଲା । ତାଙ୍କ ବୟାନ ଆଧାରରେ ପୁଲିସ୍ ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକକୁ ଗିରଫ କରିଥିଲା ।

ଭାଗ୍ୟଧରଙ୍କ ବୟାନ୍ ଆଧାରରେ ପୁଲିସ୍ ରଣପୁର ଥାନା ଧମଡା ଗାଁ ର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରି ର କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା । ଏଥିସହ ପୋତା ଯାଇଥିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।