ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା : ଓଡ଼ିଶା ଉପକୂଳ ଠୁ ୨ ଶହ କିମି ଦୂରରେ ଘୂର୍ଣ୍ଣିବଳୟ

0
141
ବଙ୍ଗୋପସାଗରରେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୬/୦୩) : ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଭାରତ ମହାସାଗର ଓ ତତ୍ସଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

୨୨ ତାରିଖ ରେ ଏହା ବାତ୍ୟା ର ରୂପ ନେବ ବୋଲି ସୋଆ ବିଶ୍ୱବିଦ୍ୟାଳୟ ର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ମୁଖ୍ୟ କହିଛନ୍ତି, ଏହା ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଓଡିଶା ଉପକୂଳ ଠାରୁ ୨ ଶହ କିଲୋମିଟର ଦୂରରେ ଏହାର ଗତିପଥ ପରିବର୍ତ୍ତନ କରିପାରେ । ଗତିପଥ ପରିବର୍ତ୍ତନ କରିବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି ।

ଏହାର ପ୍ରଭାବରେ ଉପକୂଳ ଓଡିଶାରେ ପାଗ ମେଘୁଆ ରହିପାରେ ଏବଂ ସ୍ଥାନେ ସ୍ଥାନେ ଅଳ୍ପ ବର୍ଷା ହେବା ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାରେ କିନ୍ତୁ ଗ୍ରୀଷ୍ନ ପ୍ରବାହ ଜାରି ରହିବ ବୋଲି କହିଛନ୍ତି ସୋଆ ର ପାଣିପାଗ ବିଭାଗ ମୁଖ୍ୟ ଶରତ ଚନ୍ଦ୍ର ସାହୁ । ତେବେ ଭାରତୀୟ ପାଣିପାଗ ବିଭାଗ, ଏବେ କେବଳ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ।