ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦଘାଟିତ

0
273
ଷ୍ଟେଟ ବ୍ୟାଙ୍କ ଆର୍ସେଟି

ରିପୋର୍ଟ : ଆରୁଶ୍ରୀ //
ବଲାଙ୍ଗୀର, (୧୫/୦୩) : ଆଜି ଷ୍ଟେଟ ବ୍ୟାଙ୍କ ଆର୍ସେଟି ଆନୁକୂଲ୍ୟରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଲଙ୍କାବହାଲରେ ଏକ ଦଶ ଦିନିଆ ପାପଡ, ଆଚାର ଓ ମସଲା ପାଉଡର ତିଆରି କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି |c8f9f4d6 fe2f 41a0 be66 0300c535a26e ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦଘାଟିତ

ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଡ଼ିଓ ଶ୍ରୀ ରାମଚନ୍ଦ୍ର ଖାଡ଼ିଆ ମୁଖ୍ୟ ଅତିଥି ରୂପେ ଆସି ତାଲିମ ଗ୍ରହୀତା ମାନଙ୍କୁ ତାଲିମ କାର୍ଯ୍ୟକ୍ରମକୁ ଭବିଷ୍ୟତରେ ପ୍ରକୃତ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ | ବିପିଏମ ଶ୍ରୀମତୀ ମଧୁସ୍ମିତା ବିଶ୍ୱାଳ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଟି (ପିଜି) ମାନଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ | ଷ୍ଟେଟ ବ୍ୟାଙ୍କ ଆର୍ସେଟି ଅନୁଷ୍ଠାନ ର ନିର୍ଦେଶକ ଶ୍ରୀ ଚନ୍ଦ୍ର ମୋହନ ମୁର୍ମୁ ଆର୍ସେଟି ର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ବିଷୟରେ ବୁଝାଇବା ସହିତ ଆର୍ଥିକ ଅନୁଦାନକୁ ପ୍ରକୃତ କାମରେ ଲଗାଇ ରୋଜଗାର ବୃଦ୍ଧି ପାଇଁ ମତବ୍ୟକ୍ତ କରିଥିଲେ |0a11f717 57c4 47cb 871a b6c88e13ba5f ଷ୍ଟେଟ ବ୍ୟାଙ୍କ ଆର୍ସେଟି ଦ୍ୱାରା ପାପଡ, ଆଚାର ଓ ମସଲା ପାଉଡର ତାଲିମ ଉଦଘାଟିତ

ପ୍ରଶିକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ତାଲିମ ଗ୍ରହୀତା ମାନଙ୍କର ଉତ୍ତୋରତ୍ତର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରାଞ୍ଜଳ ଭାବରେ ବୁଝାଇବା ସହିତ ତାଲିମ କାର୍ଯ୍ୟକ୍ରମକୁ ସତ ପ୍ରତିଶତ ସଫଳତା କରିବା ପାଇଁ ଅଭିପ୍ରେରିତ କରିଥିଲେ | ଏହି କାର୍ଯ୍ୟକ୍ରମରେ ତାଲିମଦାତ୍ରୀ ଶ୍ରୀମତୀ ମିନତୀ ମହାପାତ୍ର ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ନୀଳକଣ୍ଠ ସାହୁ ଓ ସୁଦାମ ସାହୁ ସହଯୋଗ କରିଥିଲେ | ଏହି ଦଶ ଦିନିଆ ତାଲିମ କାର୍ଯ୍ୟକ୍ରମରେ କୁସମେଲ ପଂଚାୟତରେ ଘୂଂଗି ଓ ଲଙ୍କାବାହାଲ ଗ୍ରାମର ୩୪ ଜଣ ସ୍ୱୟଂ ସହାୟକ ଦଳର ସଦସ୍ୟା ମାନେ ଭାଗ ନେଇଥିଲେ |