ଚନ୍ଦ୍ରପୁର ବ୍ଲକ ର ଚାରୋଟି ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚନ୍ଦ୍ରପୁର(କୈଳାସ ମାଳବିଶୋୟୀ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଚାରୋଟି ପଂଚାୟତରେ ତୃତୀୟ ପର୍ଯ୍ୟାୟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଚନ୍ଦ୍ରପୁର, ବୁଡ଼ୁବାଲି, ହନୁମନ୍ତପୁର ଓ ଡାଙ୍ଗସୋରଡ଼ା ରେ ପିଠା କାର୍ଯ୍ୟକ୍ରମ ର ମହକ ଦେଖିବାକୁ ମିଳିଥିଲା | ଏହି ସବୁ କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତ, ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଞ୍ଚିତା ପ୍ରତିଙ୍ଗା, ବିଡ଼ିଓ ଜର୍ଜ ଡୁଙ୍ଗଡୁଙ୍ଗ, ମଙ୍ଗଳ ଦିଵାକ, ହନୁମନ୍ତପୁର ସରପଞ୍ଚ ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏହି ପିଠା କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ସରକାରଙ୍କ ଜନହିତକାରୀ ଯୋଜନା ଉପରେ ଆଲୋଚନା କରିଥିଲେ |

ଏହି ଅବସରରେ ମଧୁବାବୁ ପେନସନ ଦିଆଯାଇଥିଲା ଓ ଏଲଇଡ଼ି ବଲ ଆସନ୍ତା ମାସରେ ଦିଆଯିବ ବୋଲି କୁହାଯାଇଥିଲା | ଏହି କାର୍ଯ୍ୟକ୍ରମରେ ୩୦ ଟି ମହିଳା ଏସଏଜଜି ଗୋଷ୍ଠୀର ମା ମାନେ ଓ ଅନେକ ଲୋକ ଯୋଗ ଦେଇ ସରକାରୀ ସହାୟତା ଉପରେ ସଚେତନ ହୋଇଥିଲେ |

Comments are closed.