Thursday, March 28, 2024

Top 5 This Week

Related Posts

ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣାରେ ଆମେରିକା ର ପ୍ରତିକ୍ରିୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆମେରିକା/ନୂଆଦିଲ୍ଲୀ, (୧୫/୦୩) : ଭାରତ ସପକ୍ଷରେ ବାହାରିଲା ଆମେରିକା । ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣାରେ ମୁହଁ ଖୋଲିଛି ଆମେରିକା । ଭାରତ ର କିଛି ଭୁଲ ନାହିଁ, ଏହା କେବଳ ଆକସ୍ମିକ ଘଟଣା ଥିଲା । ଏହା ଅଜାଣତରେ ହୋଇଥିବା ନେଇ ଆମେରିକା କହିଛି ।

ପାକିସ୍ତାନରେ ଭାରତୀୟ ମିସାଇଲ ପଡିବା ଘଟଣାରେ ଆମେରିକୀୟ ବୈଦେଶିକ ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି ଯେ, ଏହା କେବଳ ଏକ ଦୁର୍ଘଟଣା ଅଟେ । ଟେକନିକରେ କୌଣସି ତ୍ରୁଟି ପାଇଁ ଏପରି ହୋଇଥିଲା । ଏହା ଆକସ୍ମିକ ଘଟଣା ବ୍ୟତୀତ ଆଉ କିଛି ନୁହେଁ । ଜାଣିଶୁଣି ଭାରତ ପକ୍ଷରୁ ଆକ୍ରମଣ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୯ ତାରିଖରେ ଭାରତୀୟ ସେନା ର ଅନ୍‌ ଅର୍ମଡ୍‌ ଭୁଲ୍‌ରେ ଫାୟାର ହୋଇଯାଇଥିଲା । ଫଳରେ ଏହି ମିସାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନ ର ୧୨୪ କିମି ଭିତରେ ଯାଇ ପଡିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିଲା । ତେବେ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା । ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ଥାନ । ଏହାସହ ତଦନ୍ତ ଦାବି କରିଥିଲା ।

ଏବେ କିନ୍ତୁ ଭାରତ କୁ ଆମେରିକା ର ସମର୍ଥନ ମିଳିଛି । ସେପଟେ ଭାରତ ନିଜ ଭୁଲ୍‌ ମାନିବା ସହ ହାଇଲେବଲ କୋର୍ଟ ଅଫ୍‌ ଇନକ୍ୱାୟରୀ ନିର୍ଦ୍ଦେଶ ଜାରି କରିଛି । ଅନ୍ୟପଟେ ଏହି ମାମଲାରେ ଚୀନ୍ ମଧ୍ୟ ଅଯଥା ହସ୍ତକ୍ଷେପ କରିଥିଲା । ଭାରତ ଓ ପାକିସ୍ତାନ ମିଳିତ ଭାବେ ଏହାର ତଦନ୍ତ କରନ୍ତୁ ବୋଲି କହିଥିଲା ଚୀନ୍ ।

Popular Articles