ମହର୍ଷି ବିଦ୍ୟା ମନ୍ଦିର ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡ଼ ସହରରେ ଅବସ୍ଥିତ ମହର୍ଷି ବିଦ୍ୟା ମନ୍ଦିର ସ୍କୁଲର ବାର୍ଷିକ ଉତ୍ସବ ସ୍କୁଲ ପରିଷର ମଧ୍ୟରେ ବହୁଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି |

ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାୟଗଡ଼ କଲେଜର ପୂର୍ବତନ ଅଧକ୍ଷ ଶ୍ରୀ ନିରୋଜ ସାସମଲ, ସ୍ୱାମୀ ଗଣେଶ୍ଵରଃନନ୍ଦ ସରସ୍ବତୀ ବଦ୍ରୀନାଥରୁ ମୁଖ୍ୟ ବକ୍ତା ରୂପେ ତଥା ଶ୍ରୀମତୀ ଅନୁଶୁୟା ମାଝୀ ମହିଳା ସଭାନେତ୍ରୀ ବିଜୁ ଜନତାଦଳ ରାୟଗଡ଼ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ ଆରମ୍ଭ କରିଥିଲେ | ମୁଖ୍ୟ ଅତିଥି ସାସମଲ ନିଜର ବକ୍ତବ୍ୟରେ ଛାତ୍ର ଛାତ୍ରୀ ନିଜକୁ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଭାଙ୍ଗି ନ ପଡି ମୁକାବିଲା କରିବା ସହ ନିଜକୁ ଉତ୍ତମ ନାଗରିକ ରୂପେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ | ସମ୍ମାନିତ ଅତିଥି ଶ୍ରୀମତୀ ମାଝୀ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ରୂପେ ପାଠ ପଢି ଉତ୍ତମ ନାଗରିକ ହେବା ସହ ବିଭିନ୍ନ ଖେଳକୁଦରେ ମଧ୍ୟ ଭାଗ ନେବା ନିମନ୍ତେ ପରାମର୍ଶ ଦେଇଥିଲେ | ମୁଖ୍ୟ ବକ୍ତା ସ୍ୱାମୀ ଗନଶ୍ୱରାନନ୍ଦ ସରସ୍ବତୀ ଜି ନିଜର ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପରିବେଶରେ ଭଲ ପିଲା ହୋଇପାରିବେ ତେଣୁ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରା ରେ ନିଜକୁ ସାମିଲ କରି ଭଲ ମଣିଷ ସହ ବଡ ମଣିଷ ରୂପେ ଗଢିତୋଳିବା ନିମନ୍ତେ ପରାମର୍ଶ ଦେଇଥିଲେ | ମହର୍ଷି ମହେଶ ବିଦ୍ୟାର ପ୍ରସାର ପାଇଁ ସମଗ୍ର ଭାରତ ବର୍ଷରେ ବିଦ୍ୟା ମନ୍ଦିର ପ୍ରତିଷ୍ଠା କରି ବିଦ୍ୟାର ମାନ ବୃଦ୍ଧି ନିମନ୍ତେ ଏହି ବିଦ୍ୟା ମନ୍ଦିର ଆରମ୍ଭ କରିଥିଲେ |

ଏହି ବିଦ୍ୟା ମନ୍ଦିରରେ ବହୁ ଛାତ୍ର ଛାତ୍ରୀ ଅଧ୍ୟୟନ କରି ନିଜକୁ ଏକ ଭଲ ମଣିଷ ସହ ବଡ଼ମଣିଷ ରୂପେ ଗଢି ତୋଳିବାରେ ସକ୍ଷମ ହୋଇଛନ୍ତି | ବାର୍ଷିକ କ୍ରୀଡା ଉତ୍ସବରେ ଉପକୃତ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ | ତାହା ସାଙ୍ଗକୁ ଗତ ବର୍ଷ ସ୍କୁଲରେ ଭଲ ପାଠ ପଢି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ | ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା | ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ପଦ୍ମା, ସାରଦା ଗାୟତ୍ରୀପାଣ୍ଡେ ନିତୁ ଦ୍ବିବେଦୀ, ସସ୍ମିତା ନାୟକ ଶିବ ଶଙ୍କର ରାଧାକୃଷ୍ଣମହାପାତ୍ର, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ କ୍ଷୀରାବ୍ଦି ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ପରିଶେଷରେ ଗାୟତ୍ରୀ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.