Related Contents

ଧର୍ମଗଡରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଧର୍ମଗଡ଼ (ଯୁବରାଜ ଅଗ୍ରୱାଲ): ଗତ ତା.୧୪ ଫେବୃଆରୀ ଜାମ୍ମୁ କାଶ୍ମୀର ଫୁଲୱାମାରେ ଆତଙ୍କବାଦୀ ହମଲାରେ ୪୪ ଜଣ ଭାରତୀୟ ଯବାନ ସହିଦ ହୋଇଯାଇଛନ୍ତି |

ଏଇ ଘଟଣା ସାରା ଦେଶରେ ଶୋକର ଛାୟା ଖେଳିଯାଥିବା ବେଳେ ଆଜି ଧର୍ମଗଡ ରେ ଯବାନଙ୍କ ସ୍ମୃତିରେ ଏକ କ୍ୟାଣ୍ଡଲ ଶୋଭା ଯାତ୍ରା ତିନିଛକରୁ ବାହାରି ଚାରିଛକ ପର୍ଯ୍ୟନ୍ତ ପହଂଚିଥିଲା | ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ | ଉକ୍ତ ଶୋଭା ଯାତ୍ରାରେ ଚେମ୍ବରସ ଅଫ କମର୍ସର ସଦସ୍ୟ କୌଶଳ ବିକାଶ କେନ୍ଦ୍ରର କର୍ମକର୍ତା, ରାଇଟ ଟୁ ଫାଇଟ ଗ୍ରୁପର କର୍ମକର୍ତା ପ୍ରମୁଖ ଉକ୍ତ କ୍ୟାଣ୍ଡଳ ଶୋଭା ଯାତ୍ରରେ ସାମିଲ ଥିଲେ |

Comments are closed.