Related Contents

ଜୟପୁରରେ ପୁଲବାମାରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଜୟପୁର (ସୌମ୍ୟରଂଜନ ସାହୁ): ଗତ ୧୪ତାରିଖ କାଶ୍ମୀର ର ପୁଲବାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ରେ ସହିଦ ହୋଇଥିବା ବୀର ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |

ଏହା ସହ ରଣା ନଅରଛକ ଠାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା | ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜୟପୁର ର ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଅନେକ ଜନସାଧାରଣ ସ୍ୱତଃ ପ୍ରବୃତ୍ତ ଭାବେ ଯୋଗଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ବୀର ଯବାନ ସହିଦ ଯବାନ ଅମର ରହେ ଧ୍ୱନି ରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା |

Comments are closed.