ସୋନପୁର ସହରର କୁଷ୍ଠା ପଡା ର ଶିତଲେଇ ମନ୍ଦିରରେ ଶିତଳା ପୂଜା ଆରାଧନା ଆୟୋଜିତ

0
177
ସୋନପୁର ସହରର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୫/୩) : ସୋନପୁର ସହରର କୁଷ୍ଠା ପଡା ର ଶିତଲେଇ ମନ୍ଦିରରେ ଶିତଳା ପୂଜା ଆରାଧନା ଆୟୋଜିତ ହୋଇ ଯାଇଛି । କୁଷ୍ଠା ସମାଜ ର ଶ୍ରଦ୍ଧାଳୁ ମାନେ ମହାନଦୀରୁ ପବିତ୍ର ଜଳ ସଂଗ୍ରହ କରି ଶିତଳା ମାଁଙ୍କ ଠାରେ ଅର୍ପଣ କରିଛନ୍ତି ।

ଏହି ପୂଜାରେ ବୃକ୍ଷ ଆରାଧନା ଓ ଜଳ ଆରାଧନାର ପରମ୍ପରା ରହିଛି । ପ୍ରତିବର୍ଷ ସୋନପୁର ସହରର କୁଷ୍ଠା ପଡା ର ଶିତଲେଇ ମନ୍ଦିରରେ ଉଭୟ ଆଶ୍ଵିନ ଓ ଫାଲଗୁନ ମାସରେ ଦେବୀଙ୍କ ପାଖରେ ଶିତଳା ପୂଜା କରାଯାଇଥାଏ । ତେବେ ରାଜା ବୀରମିତ୍ରଦୋୟ ସିଂହ ଦେବଙ୍କ ଶାସନ କାଳପୁ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଏହି ପୂଜା ର ଆଧାର ପଡିଥିଲା । ଏହି ପୂଜାରେ ପ୍ରଚଣ୍ଡ ରୌଦ୍ର ତାପରୁ ସମସ୍ତ ଜୀବଜଗତକୁ ଉଦ୍ଧାର କରିବା ସହିତ ସୁରକ୍ଷା ଦେବାକୁ ମାଙ୍କ ଠାରେ ଶ୍ରଦ୍ଧାଳୁମାନେ ଆରାଧନା କରିଥାନ୍ତି । ପ୍ରକୃତି ର କୋପକୁ ଶାନ୍ତ କରିବା ସହିତ ସୂର୍ଯ୍ୟ ଦେବଙ୍କୁ ଶାନ୍ତ କରିବା ପାଇଁ ଏହି ପୂଜାର ଆୟୋଜନ କରାଯାଇ ଆସୁଛି ।

ତେବେ ଅଂଶୁଘାତ ର ମୁକାବିଲା କରିବା ସହିତ ପ୍ରତିଟି ଜୀବକୁ ରକ୍ଷା କରିବା ପାଇଁ ମାଙ୍କ ଠାରେ ମହାନଦୀ ର ପବିତ୍ର ଜଳ ଲାଗି କରିବାର ପରଂପରା ଆଜି ବି ଅତୁଟ ରହିଛି । ଏହି କାର୍ଯ୍ୟକ୍ରମ ରେ କୁଷ୍ଠା ପଡ଼ା ର ଯୁଧିଷ୍ଠିର ମେହେର, ଶେଷଦେବ ମେହେର, ଗୋପାଳ ମେହେର, ଭୁବନ ମେହେର, ଶରତ ମେହେର, ଲଳିତ ମେହେର, ନାରାୟଣ ମେହେର, ନବୀନ ମେହେର ଓ ଜିଲ୍ଲା ର ଶତାଧିକ ଲୋକ ଓ ମହିଳା ଭାଗ ନେଇଥିବା ଜଣା ପଡ଼ିଛି ।