Friday, March 29, 2024

Top 5 This Week

Related Posts

ଜିଲ୍ଲାପାଳଙ୍କ ରାମନାଗୁଡା ବ୍ଲକ ଗସ୍ତ : “ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୧୪/୦୩) : ଜିଲ୍ଲାପାଳଙ୍କ ରାମନାଗୁଡା ବ୍ଲକ ଗସ୍ତ ସମୟରେ ରାମନାଗୁଡ଼ା ପଞ୍ଚାୟତ ସମିତି ର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ସମୀକ୍ଷା ଓ ଅନୁଧ୍ୟାନ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା ।33b8f26f 3803 4797 848a 947f088f2ed4 ଜିଲ୍ଲାପାଳଙ୍କ ରାମନାଗୁଡା ବ୍ଲକ ଗସ୍ତ : "ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ

ଆଜି ଜିଲ୍ଲାପାଳଙ୍କ ରାମନାଗୁଡା ବ୍ଲକ ଗସ୍ତ ସମୟରେ ସୁଲୁଡି ଉଚ୍ଚ ବିଦ୍ୟାଳୟ, ଓମଡିଙ୍ଗ ଉଚ୍ଚ ବିଦ୍ୟାଳଯ, ଗୁଳୁମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଉକୁମ୍ବା ଉଚ୍ଚ ବିଦ୍ୟାଳୟ, ଦ୍ରୌପଦୀ ଵିଦ୍ୟାପୀଠ, ପରଲl ଉନ୍ନତି ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରାମାନଗୁଡା ଆଦି ୭ଟି ବିଦ୍ୟାଳୟ ର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ର ଭିତ୍ତିଭୂମି ଉନ୍ନତମାନ ର କରିବା ନିମନ୍ତେ ଵିଶେଷ କରି ସ୍ମାର୍ଟ ଶ୍ରେଣୀ ଗୃହ, ବିଜ୍ଞାନ ଗାର, ପାଠାଗାର, ଖେଳ ପଡ଼ିଆ ଆଦି ବ୍ୟବସ୍ଥା କରାଯିବ ଉପରେ କାର୍ଯ୍ୟ କ୍ରମକୁ ଅନୁଧ୍ୟାନ କରିଥିଲେ l

ଏହି ଗସ୍ତ ବେଳେ ଜିଲ୍ଲାପାଳ ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତ ବେଳେ ଗ୍ରବାସୀ ମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ରାମନାଗୁଡା ବି.ଡି.ଓ, ଜିଲା ଶିକ୍ଷା ଅଧିକାରୀ, ଏ.ଇ.ଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles