Friday, March 29, 2024

Top 5 This Week

Related Posts

ଦଶମ ଶ୍ରେଣୀ ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ ପରେ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ

ରିପୋର୍ଟ : ଆରୁଶ୍ରୀ //
ଭୁବନେଶ୍ୱର, (୧୪/୦୩) : ଅଭିଯୋଗ ହୋଇଥିଲା ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷା ର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା । ମଲଟିପୁଲ୍‌ ଚଏସ୍‌ ବିଶିଷ୍ଟ ପ୍ରଶ୍ନ ଗୁଡ଼ିକରେ ଯେଉଁ ସବୁ ଉତ୍ତର ଉଲ୍ଲେଖ ରହିଥିଲା ସେଥିରୁ ପାଖାପାଖି ୨୦ ଟି ଭୁଲ୍‌ ଥିଲା ।

ଯେଉଁଥି ପାଇଁ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ି ଉତ୍ତର ଲେଖିଥିଲେ । ଏମିତି କିଛି ପ୍ରଶ୍ନ ରହିଥିଲା ଯାହାକୁ ପିଲାମା‌ନେ ବୁଝି ପାରି ନ ଥିଲେ । ତେବେ ଏଭଳି ଅଭିଯୋଗ ହେବା ପରେ ଏହାର ତଦନ୍ତ କରାଯିବ ବୋଲି କହିଛି ସିବିଏସଇ । ପ୍ରଶ୍ନପତ୍ର ରେ‌େ ହୋଇଥିବା ତ୍ରୁଟି ର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ବିଶେଷଜ୍ଞ କମିଟି ର ରିପୋର୍ଟ ଆଧାରରେ ୨୪ ଘଣ୍ଟା ମଧ୍ୟରେ ବୋର୍ଡ ଦ୍ୱାରା ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ସିବିଏସଇ ପକ୍ଷରୁ ଟ୍ବିଟ କରି କୁହାଯାଇଛି |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles