Related Contents

ସମ୍ବଲପୁରରେ ରେଳବିଭାଗର ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର (ଓଡିଶା ନ୍ୟୁଜ୨୪): ଓଡିଶାକୁ ଏବର୍ଷ ଓଡିଶାକୁ ରେଳ ବଜେଟରେ ୬ ହଜାର ୮୯୨ କୋଟି ଟଙ୍କା ଆସିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବରଗଡରେ ନଡାରୁ ଇଥାନଲ ବାହାର କରିବାର ପ୍ରକଳ୍ପ ହଜାର କୋଟି ଟଙ୍କା ଖର୍ଚ କରାଯାଇ ଏହାର ଶୁଭାରମ୍ଭ କରାଯାଇଛି ।

ଝାରସୁଗୁଡାକୁ ଏକ ଅଏଲ ହବ୍ କରିବାରେ ଇଣ୍ଡିଆନ୍ ଅଏଲ, ଭାରତ ପେଟ୍ରୋଲିୟମ, ଏଚପିସିଏଲ୍ ତିନୋଟିଯାକ କମ୍ପାନୀର ଷ୍ଟୋରେଜ ଫାସିଲିଟି ଆଗାମୀ ୨୫- ୩୦ ବର୍ଷ ପର୍ଯ୍ୟନ୍ତ ପଶ୍ଚିମାଂଚଳକୁ ସପ୍ଲାଏ କରିବାର ଯୋଜନା କରାଯାଇଛି । ବଲାଙ୍ଗୀର ଓ ଝାରସୁଗୁଡାରେ ଏଲପିଜି କନେକ୍ସନ ବଢିବା ସହ ବଟଲିଂ ପ୍ଲାଂଟ ତିଆରି କରିବାର ଯୋଜନା କରାଯାଉଛି ବୋଲି ସେ କହିଛନ୍ତି। ସମ୍ବଲପୁରରେ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ସହରକୁ ଆହୁରି ସୁନ୍ଦର କରିବା ପାଇଁ ରେଳ ବିଭାଗର ଅନେକ ଗୁଡିଏ କାର୍ଯ୍ୟକ୍ରମର ଆୟୋଜନ କରାଗଲା । ସମ୍ବଲପୁର ରେଳ ଷ୍ଟେସନ୍ ରେ ଏସ୍କାଲେଟର, ବୟସ୍କ ଓ ଦିବ୍ୟାଙ୍ଗ ଲୋକଙ୍କୁ ଏଥିରୁ ସବୁଠୁ ଅଧିକ ଲାଭ ମିଳିବ । ଷ୍ଟେସନରେ ଫୁଡ ପ୍ଲାଜା ମଧ୍ୟ ଆଧୁନିକ ଢଙ୍ଗରେ ତିଆରି ହୋଇ ହୋଇପାରିଛି । ଆଜି ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ଫଳରେ ରୋଜଗାର ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି । ଏହାବ୍ୟତିତ ଷ୍ଟେସନର ସୌନ୍ଦର୍ଯ୍ୟକରଣ ମଧ୍ୟ ହେବ । ପାଖାପାଖି ମୋଟ ୮ କୋଟି ଟଙ୍କା ଖର୍ଚ୍ଚ କରି ଏ କାର୍ଯ୍ୟକ୍ରମକୁ ସମ୍ବଲପୁର ରେଳ ବିଭାଗ କରିପାରିଛି ।

ଏହି କାମକୁ ପୁରା କରିଥିବାରୁ ଶ୍ରୀ ପ୍ରଧାନ ରେଳ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବରପାଲି, ବରମୂଳ ଏବଂ ମୁରିବାହାଲ ତିନୋଟି ରେଳ ଷ୍ଟେସନରେ ନାଗରିକମାନଙ୍କ ଅପେକ୍ଷାନୁସାରେ ରେଳ ରହଣୀର ବ୍ୟବସ୍ଥା ଆଜି ଠାରୁ କରାଯାଇଛି । ଲୋକଙ୍କ ଆକାଂକ୍ଷା ପୂରଣ ହୋଇଛି । ରାଜଧାନୀ ଏକ୍ସପ୍ରେସ୍ ସମ୍ବଲପୁର ଦେଇ ଚଲେଇଥିବାରୁ ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା କଥା । ପୂର୍ବରୁ ରାଜଧାନୀ ଏକ୍ସପ୍ରେସ ଓଡିଶାରୁ ସିଧା ବାହାରେ ବାହାରେ ଯାତାୟତ କରୁଥିଲା । ଭଦ୍ରକ, ବାଲେଶ୍ୱର ଦେଇ ଖଡଗପୁର ଆଡକୁ ସିଧାସିଧା ଚାଲିଯାଉଥିଲା । ସେ କହିଛନ୍ତି ଯେ ରାଜଧାନୀ ଏକ୍ସପ୍ରେସ ଚାଲିବା ଆମ ସମସ୍ତଙ୍କ ଅପେକ୍ଷା । ସେହିପରି ହୀରାଖଣ୍ଡ ଏକ୍ସପ୍ରେସ, ପଣ୍ଡିଚେରୀ ଏକ୍ସପ୍ରେସ, ବିଶାଖା ଏକ୍ସପ୍ରେସରେ ବଗି ଲାଗୁ ତାହା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଡିଆରଏମଙ୍କୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସମ୍ବଲପୁର ବିଧାୟିକା ଶ୍ରୀମତୀ ରାସେଶ୍ୱରୀ ପାଣିଗ୍ରାହୀ ମଧ୍ୟ ଯୋଗ ଦେଇଥିଲେ |

Comments are closed.