Related Contents

ନ୍ୟୁ ହଲାଣ୍ଡ ଟ୍ରାକ୍ଟର କମ୍ପାନୀ ଦ୍ୱାରା ହାଇସ୍କୁଲକୁ ଏକ ଡିଜିଟାଲ କ୍ଲାସ ରୁମ ପ୍ରଦାନ

କୁସୁମି, କୋଟପାଡ଼(ସନ୍ତୋଷ ବ୍ରହ୍ମା): କୋଟପାଡ ବ୍ଲକର କୁସୁମି ଗ୍ରାମ ସ୍ଥିତ ନ୍ୟୁ ଗଙ୍ଗାଧର ନୋଡାଲ ହାଇସ୍କୁଲ ଠାରେ ଆଜି ଏକ ଡିଜିଟାଲ କ୍ଲାସ ରୁମର ଶୁଭ ଉଦ୍ଘାଟନ କେରାଯାଇଛି ।

ଏହି ଡିଜିଟାଲ କ୍ଲାସ ରୁମକୁ ପ୍ରଦାନ କରିଛନ୍ତି ନ୍ୟୁ ହଲାଣ୍ଡ ଟ୍ରାକ୍ଟର ଡିଲର ଲକ୍ଷ୍ମୀ ମୋଟରର ମାଲିକ ଶକ୍ତି ବେହେରା । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କୋଟପାଡ଼ର ତହସିଲଦାର ମାତାରାମ ଲିଙ୍ଗୀ, ବିଷ୍ଣୁ ପାତ୍ର , ବରିଷ୍ଠ ଓକିଲ ରମାକାନ୍ତ ମିଶ୍ର ଓ ନ୍ୟୁ ହଲାଣ୍ଡ ଟ୍ରାକ୍ଟର ର ରାଜ୍ୟମୁଖ୍ୟ ଅଜୟ କୁମାର ସିଂ । ସମ୍ମାନିତ ଅତିଥି ସ୍ଥାନୀୟ କୁସୁମି ସରପଞ୍ଚ ନୀଳକଣ୍ଠ ନାୟକ, ପ୍ରଧାନ ଶିକ୍ଷକ ଅରବିନ୍ଦ ମହାପାତ୍ର, ରଞ୍ଜନ ପୁରୋହିତ (ଟିମ ମ୍ୟାନେଜର ନ୍ୟୁ ହଲାଣ୍ଡ ଟ୍ରାକ୍ଟର), ଫୁଲଚାନ୍ଦ ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ । ପ୍ରାୟ ଦେଡ ଲକ୍ଷ ଟଙ୍କା ବ୍ୟୟରେ କମ୍ପାନୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ପାଇଁ ନ୍ୟୁ ଟେକନୋଲୋଜିର ଏକ ଡିଜିଟାଲ ପ୍ରୋଜେକ୍ଟର ସେଟ କୁସୁମି ଗଙ୍ଗାଧର ନୋଡାଲ ହାଇସ୍କୁଲ କୁ ପ୍ରଦାନ କରିଛନ୍ତି । ଏହା ଅଭିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ଥର ଓ ପ୍ରଥମ ହାଇସ୍କୁଲ । ନ୍ୟୁ ହଲାଣ୍ଡର ଏହି ସୁନ୍ଦର କାର୍ଯ୍ୟ କ୍ରମକୁ ସମସ୍ତ ଅଭିଭାବକ ମାନେ ପ୍ରଶଂସା କରି ସ୍ୱାଗତ କରିଥିଲେ । ଏହି ଡିଜିଟାଲ କ୍ଲାସ ରୁମକୁ କିପରି ବ୍ୟବହାର କରି ଫାଇଦା ଉଠାଇ ପାରିବେ ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଲକ୍ଷ୍ମୀ ମୋଟରର ମାଲିକ ଶକ୍ତି ବେହେରା ଓ ଅତିଥି ମାନେ। ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଗୋଲକ ବିହାରୀ ରାଉତ ସଭା କାର୍ଯ୍ୟକୁ ଆରମ୍ଭ କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.