ପାଇଖାନା ନୁହେ ରୋଷେଇ ଖାନା – ଫେଲମାରୁଛି ସ୍ବଚ୍ଛ ଭାରତ ମିଶନ

କଲ୍ୟାନିସିଂପୁର, ରାୟଗଡା (ଅକ୍ଷୟ କୁମାର ପିଡିସିକା): ରାୟଗଡା ଜିଲ୍ଲା କଲ୍ୟାନିସିଂପୁର ବ୍ଲକରେ ଫେଲ ମାରୀଛି ସ୍ବଚ୍ଛ ଭାରତ ମିଶନ | ୨୦୧୪ ମସିହା ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁରେ ସ୍ଵଚ୍ଛ ଭାରତ ମିଶନ ଜରିଆରେ ପାଇଖାନା ନିର୍ମାଣ ଚାଲିଛି |

ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହଉଛି ହେଲେ ବ୍ୟବହାର ନୁହେଁ । ଯଦି ଓ ସରକାର ଲୋକମାନଙ୍କୁ ସଚେତନତା କରିଥାନ୍ତା ହୁଏତ ସେଇ ପାଇଖାନା ବ୍ୟବହାର ହୋଇଥାନ୍ତା । ଗରିବ ଲୋକ ମାନଙ୍କୁ ପ୍ରଥମେ ଗୃହ ବଣ୍ଟନ କରିଥାନ୍ତେ କିଛି ଲୋକମାନେ ବ୍ୟବହାର କରିଥାନ୍ତେ | ବର୍ତ୍ତମାନ କଲ୍ୟାନିସିଂପୁର ବ୍ଲକରେ ପାଇଖାନାରେ ରୋଷେଇ ଘର କରି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସରକାରଙ୍କ ଯୋଜନା ଉପରେ କୌଣସି କର୍ମଚାରୀଙ୍କ ଦୃଷ୍ଟି ନାହିଁ | ଯୋଜନା ତିଆରି ସହଜ କଥା ହେଳେ ତଦାରଖ ଶୁନ୍ୟ କାହିଁକି ନା ସ୍ଵଚ୍ଛ ଭାରତ ମାତ୍ର ନାମକୁ ଯେଉଁଟି ପାଇଖାନା ଘର ହେଲା ସେଠାରେ କେବଳ ବେସୀନ ବସେ ସେଠାରେ ଟାଙ୍କି ନାହିଁ | ସେଇଠି ଲୋକମାନେ ବ୍ୟବହାର କେମିତି କରିବେ ସେଇଥିପାଇଁ ପାଇଖାନା ଘରେ ରୋଷେଇ ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି । ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଠିକାଦାର ଉପରେ ପ୍ରଶାସନର ନଜର ନାହିଁ । ଯଦି ଠିକାଦାର ମାନେ ଠିକ ଭାବରେ ତିଆରି କରିଥାନ୍ତେ ଲୋକମାନେ ମଧ୍ୟ ବ୍ୟବହାର କରିବାପାଇଁ ଇଚ୍ଛା ପ୍ରକାଶ କରିଥାନ୍ତେ | ସାଧାରଣ ଲୋକଙ୍କ ଏହି ପାଇଖାନାକୁ ନେଇ ହାସ୍ୟ ହେବାର ଦେଖିବକୁ ମିଳୁଛି ଯେ ପାଇଖାନା ନୁହେଁ ରୋଷେଇ ଖାନା । ସାଧାରଣ ଲୋକଙ୍କ ଅଭିଯୋଗ ହେଉଛି ଯେ ପ୍ରତ୍ୟେକ ଗରିବଙ୍କୁ ଘର ଦେବାପରେ ପାଇଖାନା ଦେଲେ କିଛି ମାତ୍ରାରେ ବ୍ୟବହାର ହୋଇଥାନ୍ତା | ଆଜି ପର୍ଯ୍ୟନ୍ତ ଲୋକ ରହିବାପାଇଁ ଘର ଟିଏ ନାହିଁ ସେହି ଲୋକ ମାନେ କିଭଳି ସୁନ୍ଦର ଘର ଭିତରେ ଝାଡା କରିବେ ବୋଲି ସାଧାରଣ ଲୋକଙ୍କ ଅଭିଯୋଗ ହେବାର ଦେଖିବାକୁ ମିଳୁଛି |

Comments are closed.