Friday, March 29, 2024

Top 5 This Week

Related Posts

୧୧ ତମ ଅଷ୍ଟ ପ୍ରହରୀ ଯଜ୍ଞ ଅବସରରେ ଶୁଭ କଳସ ଯାତ୍ରା ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହରା
ହରଭଙ୍ଗା, (୧୪/୦୩) : ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ବୃନ୍ଦାବନ ପାହାଡ଼ ଉପରେ ଥିବା ଶାନ୍ତି ଆନନ୍ଦ ବାବା ମଠ ଠାରେ ଆଜି ସକାଳ ୮ ଟାରେ ୧୧ ତମ ଅଷ୍ଟ ପ୍ରହରୀ ଯଜ୍ଞ ଅବସରରେ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।

ଶାନ୍ତି ଆନନ୍ଦ ବାବା ମଠ ର ମଠାଧୀଶ ଶ୍ରୀ ପ୍ରଶାନ୍ତ ଦାସ, ମଥୁରା ପଞ୍ଚାୟତ ଅଞ୍ଚଳ ବାସୀ, ଧାର୍ମିକ ଓ ଇଶ୍ୱର ବିଶ୍ୱାସୀ ଭିକାରି ଘିବଲା, କପିଳ ବାହୁକା, କମ୍ଭୁନାଥ ପ୍ରଧାନ, ଶିବ ଡାଙ୍ଗ, ରୁଷି କର୍ଣ୍ଣ, ସଞ୍ଜୟ ପ୍ରଧାନ, ପ୍ରେମାନନ୍ଦ କର୍ଣ୍ଣ ମିଳିତ ସହଯୋଗ ରେ ଆଜି ଶତାଧିକ ମହିଳା ମାନେ ଶୁଦ୍ଧ ପୁତ ଚିତ୍ତ ରେ ପୂର୍ଣ୍ଣ କଳସ ରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଆସନ୍ତା କାଲି ପ୍ରାତଃ ରୁ ୧୧ ତମ ଅଷ୍ଟ ପ୍ରହରୀ ଶ୍ରୀମଦ ଭାଗବତ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ହେବାକୁ ଥିବା ନେଇ ମଠଧୀଶ ଶ୍ରୀ ପ୍ରଶାନ୍ତ ଦାସ ସୂଚନା ଦେଇଛନ୍ତି ।

Popular Articles