Related Contents

ସ୍ବର୍ଗତ ବାଲାମଣି ନନ୍ଦ ମେମୋରିଆଲ ଫୁଟବଲ:ଲୋଇସିଂହା ବିଜୟୀ

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ବ୍ଲକ ବୁର୍ଡାସ୍ଥିତ ହାଇସ୍କୁଲ ଖେଳପଡିଆରେ ତ୍ରିଦିବସୀୟ ସ୍ବର୍ଗତ ବାଲାମଣି ନନ୍ଦ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଖେଳାଳି ମାନଙ୍କ ମଧ୍ୟରେ ଫୁଟବଲ ଖେଳ ପ୍ରତି ଆଗ୍ରହ ତଥା ଖେଳୁଆଡ଼ ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଗ୍ରାମାଞ୍ଚଳରୁ ମୋଟ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଲୋଇସିଂହା ଏବଂ ବୁର୍ଡା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଲୋଇସିଂହା ଏକାଦଶ ବୁର୍ଡାକୁ ହରାଇ ବିଜୟୀ ହୋଇଥିଲା । ଉଦଯାପନୀ ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଏବଂ ସମ୍ମାନିତ ଅତିଥି ଭାବେ ସୋନପୁର ଡ଼ିଏସପି (କ୍ରାଇମ) ହେମସାଗର ନନ୍ଦ, ଲୋଇସିଂହା ସ୍ୱାଭିମାନ ମଂଚର ସଭାପତି ସହଦେଵ ସା, ଭରତ ଭୂଷଣ ପଧାନ, କୁମର ମାହାଣା, ଟିମା ମହାନ୍ତି, ସାଂସଦ ପ୍ରତିନିଧି ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ନଗଦ ଅର୍ଥରାଶି ସମେତ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ବିଜୟ କୁମାର ରଣା, ଅଞ୍ଜନ ବେଷରା, ସୁରେଶ ନାୟକ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ସଡାନନ ରାଉତ ଧାରା ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁଦୀପ ସା, ଟଙ୍କଧର ସାହୁ, ଯଶୋବନ୍ତ ଗଡୁଆ ପ୍ରମୁଖ ମ୍ୟାଚ ପରିଚାଳନାରେ ସହାୟତା କରିଥିଲେ ।

Comments are closed.