ବେଆଇନ ଚୋରା ମଦ ଚାଲାଣ ବେଳେ ଅଟୋ ଜବତ

କୋଦଳା (ଜଗନ କୁମାର ସେଠି): କୋଦଳା ନିକଟସ୍ଥ ମା ସିଂହାସନି ରାସ୍ତା କିନାରି ଛକ ନିକଟରୁ ଏକ ଅଟୋ ଯୋଗେ (OR-07-R-3067) ୩୬୦ଲିଟର ଚୋରା ମଦ ପୁଡିଆ ଅଟୋ ଯୋଗେ ଚାଲାଣ ହୋଇଥିବା ବେଳେ କୋଦଳା ପୋଲିସ ପକ୍ଷରୁ ଜବତ ହୋଇଥିବା ଜଣାପଡିଛି |

ପୋଲିସ ଭ୍ୟାନ୍ ଦେଖିବା କ୍ଷଣି ଅଭିଯୁକ୍ତମାନେ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି | ଦିନକୁ ଦିନ ଚୋରା ମଦ ବ୍ୟବସାୟୀଙ୍କ ଦୌରାତ୍ମ ଅଞ୍ଚଳରେ ଦେଖିବାକୁ ମିଳୁଛି | କୋଦଳାର କେତେକ ଛକ ମାନଙ୍କରେ ଖୋଲାମଖୋଲା ଦେଶୀ ମଦ ବିକ୍ରି ହେଉଥିବାର ଶୁଣାଯାଉଛି | ଯାହା ଦ୍ୱାରା ପୋଲିସକୁ ବଡ ଚ୍ୟାଲାନ୍ସ ଦେବାକୁ ପଡୁଛି | କୋଦଳା ଥାନାକୁ ଏକ ମାସ ପୂର୍ବେ ନୁଆଁ କରି ଆସିଥିବା ଏସ.ଆଇ ଶ୍ରୀ ଅନିଲ କୁମାର ସାହୁ ଏହି ବଡ ଧରଣର ଚୋରା ମଦ ଧରିବା ସହ ୮ ଗୋଟି ଚୋରା ମଦ କେସ ଧରିବାରେ ସକ୍ଷମ ହେଇଛନ୍ତି | ମଦ ମାଫିଆ ମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସାମ୍ନା କରିବା ପାଇଁ କୋଦଳା ପୋଲିସ ସଜାଗ ରହିଛି ବୋଲି ଶ୍ରୀସାହୁ ପ୍ରତିଶୃତି ଦେଇଛନ୍ତି |

Comments are closed.