Thursday, March 28, 2024

Top 5 This Week

Related Posts

ଲୋକକଳା କୁ ନେଇ ପଏଁରୀ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୩/୩) : କଳା ଓ ସଂସ୍କୃତି ର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ସୁବର୍ଣ୍ଣପୁର ଠାରେ ଗ୍ରାମୀଣ ଲୋକକଳା ର ବିକାଶ ଏବଂ ସଂରକ୍ଷଣକୁ ନେଇ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 03 14 at 7.53.08 AM ଲୋକକଳା କୁ ନେଇ ପଏଁରୀ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

“ସାଂପ୍ରତିକ ପରିସ୍ଥିତିରେ ଲୋକକଳା ଏବଂ କଳାକାର” ଶୀର୍ଷକ ଆଲୋଚନା ଚକ୍ରରେ ସୁବର୍ଣ୍ଣପୁର ମାଟିରେ ଆବାହମାନ କାଳରୁ ରହିଥିବା ପାରମ୍ପାରିକ ଗୀତ, ନୃତ୍ୟ ଓ ବାଦ୍ୟ ର ସଂରକ୍ଷଣ ସହ ବିକାଶ ଆଜି ର ଦିନରେ ଏକ ବଡ ଆହ୍ୱାନ ବୋଲି ବଶିଷ୍ଟ ସଂସ୍କୃତି ବିଷାରଦମାନେ ଆଲୋଚନା କରିଥିଲେ । ଲଡୁ କିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଂପାନରେ ଶିକ୍ଷାବିଦ୍ ବ୍ରଜମୋହନ ଦାନୀ, ନାଟଶ୍ରୀ ଗଦାଧର ବାରିକ, ଓଡିଶା ସାହିତ୍ୟ ଏକାଡେମୀ ର ସଭ୍ୟ ଡଃ ଦେବାଶିଷ ପାଣ୍ଡିଆ, ସ୍ତମ୍ଭକାର ଘାସିରାମ ପଣ୍ଡା, ଲୋକ ସଂସ୍କୃତି ଗବେଷକ ଡଃ ପୁରୁଷୋତ୍ତମ ମିଶ୍ର, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀ, ବିଶିଷ୍ଟ ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ପ୍ରମୁଖ ଯୋଗ ଦେଇ ସୁବର୍ଣ୍ଣପୁର ର ବର୍ଣ୍ଣିଳ ସଂସ୍କୃତି ର ପ୍ରଚାର ପ୍ରସାର ସହ ପ୍ରାଚୀନ ଗ୍ରାମୀଣ କଳା ର ବିକାଶରେ ଯୁବପୀଢିକୁ ଯୋଡିବାକୁ ଆହ୍ୱାନ ଦେଇଥିଲେ ।

ପଏଁରୀ ଅନୁଷ୍ଠାନ ର ସଂପାଦକ ଚୌଧୁରୀ ବିଭାରଙ୍କ ସଂଯୋଜନାରେ ଆୟୋଜିତ ସଂପାନରେ ଜିଲ୍ଲା ର ୬ ଟି ବ୍ଲକ ରୁ ଶତାଧିକ ଗ୍ରାମୀଣ କଳାକାର ଅଂଶଗ୍ରହଣ କରି ମତ ବିନିମୟ କରିଥିଲେ ।

Popular Articles