ବୋରିଗୁମ୍ମା ବ୍ଲକରେ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

ଜୟପୁର (ସୌମ୍ୟରଂଜନ ସାହୁ): ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁମୁଲି ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଏବଂ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଡଃ.ମୋହନ ରଥଙ୍କ କରକମଳରେ ଶୁଭ ଉଦଘାଟିତ କରାଗଲା |

କୁମୁଲି ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଥିବାରୁ ଆଖପାଖ ଅଞ୍ଚଳର ଲୋକମାନଙ୍କ ମୁହରେ ଖୁସୀର ଲହରି ଖେଳି ଯାଇଛି | ସେମାନେ ସ୍ୱାଗତ ଜଣାଇବା ସହ ଶ୍ରୀଯୁକ୍ତ ବାହିନୀପତି ମାନ୍ୟବର ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଏଠାରେ ବିଧାୟକ ପ୍ରତିନିଧି ବୋରିଗୁମ୍ମା ଶ୍ରୀ ଅଶୋକ ଗନ୍ତାୟତ, ବୋରିଗୁମ୍ମା ବ୍ଲକ ସମିତି ଅଧ୍ୟକ୍ଷା କୁମାରି ବିମଳା ଚାଲାନ,କଂଗ୍ରେସ ଜୁନ ନଂ ୧ ସିମାନଚଲ ବିସଇ, ଜୁନ ନଂ-୨ ବୁଲୁ ପ୍ରଦାନ,ପିଙ୍କୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.