Friday, March 29, 2024

Top 5 This Week

Related Posts

ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧୩/୩) : ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ସଂଖ୍ୟା ୨୭୪ ତା ୧୧/୦୧/୨୦୨୨ ପ୍ରକାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ପ୍ରଥମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବିଜ୍ଞପ୍ତି ସଂଖ୍ୟା ୩୭୨/ଗ୍ରା.ପ. , ତା ୨୮/୦୨/୨୦୨୨ ରିଖ ପ୍ରକାରେ ପ୍ରାଧୃକୃତ ନିର୍ବାଚନ ଅଧିକାରୀ ସୂର୍ଯ୍ୟନାରାୟଣ ଦାଶ, ଓ.ପ୍ର.ସେ. (ଏସ୍.ଏ.ଜି), ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା lWhatsApp Image 2022 03 14 at 7.53.06 AM 1 ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ଜିଲ୍ଲା ପରିଷଦର ପ୍ରଥମ ବୈଠକ ପ୍ରାରମ୍ଭରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଜିଲ୍ଲା ର ୧୩ ଗୋଟି ଜିଲ୍ଲା ପରିଷଦ ଜୋନ ରୁ ନବ ନିର୍ବାଚିତ ହୋଇ ଆସିଥିବା ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଶପଥ ପାଠ କରାଇଥିଲେ l ପରେ ପରେ ଓଡିଶା ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସଭାପତି ନିର୍ବାଚନ ପ୍ରାଧିକୃତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ସମୟାନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ମନୋୟନ ପତ୍ରର ପ୍ରଦାନ ଏବଂ ତା’ର ଉପସ୍ଥାପନା, ମନୋୟନ ପତ୍ର ଯାଚ/ତନଖୀ, ପ୍ରଭୁତି ଅନୁଷ୍ଠିତ ହୋଇଥିଲା l

ଅଦ୍ୟ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ମନୋୟନ ପତ୍ର ଉପସ୍ଥାପନର ନିର୍ଦ୍ଧାରିତ ସମୟରେ କେବଳ ଶ୍ରୀମତୀ ସୁପାର ଠେଲା ଙ୍କ ମନୋନୟନ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରେ ଉପସ୍ଥାପନା କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମନୋୟନ ପତ୍ର ତନଖ୍ କରାଯାଇ ଠିକ ଥିବାରୁ ଶ୍ରୀମତୀ ଠେଲା ଙ୍କ ସପକ୍ଷରେ ପ୍ରଦତ୍ବ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାପତି ପଦବୀ ନିମନ୍ତେ ମନୋୟନ ପତ୍ରକୁ ନିର୍ବାଚନ ଅଧିକାରୀ କାଏମ ରଖୁଥିଲେ ।

ପ୍ରାର୍ଥୀତ୍ୱ ପ୍ରତ୍ୟାହାର ସମୟ ଅତିକ୍ରାନ୍ତ ହେବା ପରେ ଯେହେତୁ ଶ୍ରୀମତୀ ସୁପାର ଠେଲା ଙ୍କ ଦ୍ୱାରା ପ୍ରଦତ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ ହୋଇନାହିଁ, ଏଣୁ ଶ୍ରୀମତୀ ସୁପାର ଠେଲା, ସୁବର୍ଣ୍ଣପୁର-୦୩ ଡୁଙ୍ଗୁରିପାଲି- ୦୧ ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ପରିଷଦ ସଭ୍ୟା ଙ୍କୁ ପ୍ରାଧିକୃତ ନିର୍ବାଚନ ଅଧିକାରୀ, ଓଡିଶା ଜିଲ୍ଲା ପରିଷଦ ନିର୍ବାଚନ ନିୟମ ୧୯୯୪ ର ନିୟମ ୫୦(୧) ର ବ୍ୟବସ୍ଥାନୁସାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ଘୋଷଣା କରିଥିଲେ ।WhatsApp Image 2022 03 14 at 7.53.05 AM ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ସଭାପତି ଙ୍କ ନାମ ଘୋଷଣା ହେଲା ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ନରୱଣେ ନୂତନ ଜିଲ୍ଲା ପରିଷଦ ସଭାପତି ଭାବେ ଶ୍ରୀମତୀ ଠେଲା ଙ୍କୁଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ଶପଥ ପାଠ କରାଇ ଥିଲେ l ଆଜି ର ବୈଠକ କୁ ଶ୍ରୀ ଅମୁଲ୍ୟ କୁମାର ନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସଂଯୋଜନା କରିଥିଲେ l ନିର୍ବାଚନ ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଉପସ୍ଥିତ ଥିଲେ l

ଆଜିର ଏହି ସ୍ୱତନ୍ତ୍ର ତଥା ପ୍ରଥମ ଜିଲ୍ଳା ପରିଷଦ ବୈଠକରେ ନବ ନିର୍ବାଚିତ ସଦସ୍ୟ /ସଦସ୍ୟା ବିଜୟଲକ୍ଷ୍ମୀ ତରାଇ, ଶ୍ରୀ ଝସକେତନ ବଘାର, ମଞ୍ଜୁଶ୍ରୀ ମାଝି, ଗଣେଶ ଚନ୍ଦ୍ର ଭୋଇ, ଅଞ୍ଜଳୀ କମ୍ପ, ଶକୁନ୍ତଳା ପୃଷ୍ଟି, ସୁଶ୍ରୀ ପ୍ରମିଳା କଲତା, ବଶିଷ୍ଠ ଭରାସାଗର, ଲବ କୁମାର ସାହୁ, ଚନ୍ଦ୍ରକାନ୍ତି ଦନ୍ତା, ସସ୍ମିତା ମହାନ୍ତି, ମଧୁସୂଦନ ଓତା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles