ଜିଲ୍ଲା ପରିଷଦ ସଭାପତି ହେଲେ ପ୍ରଭାସିନୀ ଦାସ

0
273
ଜିଲ୍ଲା ପରିଷଦ ସଭାପତି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୩) : ବୌଦ୍ଧ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ହେଲେ ପ୍ରଭାସିନୀ ଦାସ । ଜିଲ୍ଲା ରେ ୯ ଟି ଜୋନ ମଧ୍ୟରୁ ବିଜେଡି ୭ ଟି ଆସନ ରେ ବିଜୟୀ ହୋଇଥିବା ବେଳେ ବିଜେପି ୨ ଟି ଆସନ ଅକ୍ତିଆର କରିଥିଲା । ସେଥିରୁ ହରଭଙ୍ଗା ବ୍ଲକ ୯ ନମ୍ବର ଜୋନ ସଭ୍ୟା ପ୍ରଭାସିନୀ ଦାସ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।WhatsApp Image 2022 03 14 at 7.52.39 AM ଜିଲ୍ଲା ପରିଷଦ ସଭାପତି ହେଲେ ପ୍ରଭାସିନୀ ଦାସ

ଜିଲ୍ଲା ପରିଷଦ ସଭାପତି ହେଲେ ପ୍ରଭାସିନୀ ଦାସ । ଏ ସମ୍ପର୍କରେ ଦଳ ର ହାଇକମାଣ୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ଲଫାପା ଆସି ଥିଲା ତାହା ନିର୍ବାଚିତ ପ୍ରଧିନିଧିଙ୍କ ଆଗରେ ଖୋଲା ଯାଇଥିବା ବେଳେ ସେଥିରେ ପ୍ରଭାସିନୀ ଦାସ ଙ୍କ ନାମ ଥିବା ଜଣା ପଡିଛି । ପରେ ଦଳ ର ହାଇକମାଣ୍ଡ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡକ୍ତର ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଲ ବିଧାୟକ ମହିଧର ରଣା, ବିଜେଡି କାର୍ଯ୍ୟକାରଣୀ ସଭାପତିସୁବୋଧ ପ୍ରଧାନ ଓ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଆଗାମୀ ଦିନରେ ଜିଲ୍ଲାର ବିକାଶ କାର୍ଯ୍ୟ ଆଗକୁ ନେବେ ବୋଲି ନିଜର ପ୍ରତିକ୍ରିୟା ରଖିଥିବା ନେଇ ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି ।