ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ବିଜେଡ଼ି ବିଜେପି ମୁହାଁମୁହିଁ

0
205
ନିଲମ୍ବିତ ବିଧାୟକ ପ୍ରଶାନ୍ତ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୩) : ବିଜେଡି ର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅମାନୁଷିକ କାର୍ଯ୍ୟକୁ ନେଇ ରାଜନୀତି ଜୋର ଧରିଛି । ବିରୋଧୀ କଂଗ୍ରେସ ଏବଂ ବିଜେପି ସହ ବିଜେଡିି ଘଟଣାକୁ ନିନ୍ଦା କରିଛି । ହେଲେ ବିଜେଡି ର ଏହି ନିନ୍ଦା ଘଟଣାକୁ ଚପାଇ ଦେଇପାରି ନାହିଁ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଆଜି ଆହତ ଲୋକମାନଙ୍କୁ ଏମ୍ସ ହସ୍ପିଟାଲରେ ଭେଟିଛନ୍ତି । ଶ୍ରୀ ପାତ୍ର କହିଛନ୍ତି, ନିଲମ୍ବିତ ବିଧାୟକ ପ୍ରଶାନ୍ତ ମଦ ପିଇ ଗାଡି ଚଳାଇବା ସହ ବିଜେପି କର୍ମୀଙ୍କୁ ମାରି ଦେବାକୁ ଉଦ୍ୟମ କରିଥିଲେ । ପ୍ରଶାନ୍ତ ଜଗଦେବକୁ ବିଜେଡି ରୁ ନିଲମ୍ବନ ଏକ ନାଟକ ଥିଲା । କାରଣ ସେ ନିଲମ୍ବନ ହେବା ପରେ ମଧ୍ୟ ଦଳ ର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରିବାକୁ ସେ ଦାବି କରିଥିଲେ ।

ତେବେ ଶ୍ରୀ ପାତ୍ରଙ୍କ ଏଭଳି ବୟାନର ଯବାବ ରଖିଛି ବିଜେଡି । ବିଜେଡି ର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପି ଦୋମୁହାଁ ନୀତି ବନ୍ଦ କରୁ । ଉତ୍ତର ପ୍ରଦେଶ ଲଖିମପୁର ଖେରୀ ଘଟଣାରେ ବିରୋଧୀ ସମାଲୋଚନା କଲେ ବିଜେପି ରାଜନୀତି କରିବାକୁ ମନା କରିବା ସହ ଆଇନ ତା’ ବାଟରେ ଯିବ କହୁଥିଲା । ହେଲେ ଓଡ଼ିଶା ଏଭଳି ଘଟଣାକୁ ନେଇ ରାଜନୀତି କରୁଛି । ଆମେ ସ୍ପଷ୍ଟ କରୁଛୁ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବିତ କରାଯାଇଛି । ସେ ବିଜେଡିରେ ନାହାଁନ୍ତି ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରୁ ନିଲମ୍ବନ ନ ଉଠିବା ହିଁ ବହିଷ୍କାର ସହ ସମାନ । ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ପାଖାପାଖି ୬ ମାସ ତଳେ ପ୍ରଶାନ୍ତ ଜଗଦେବଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଏ ପର୍ଯ୍ୟନ୍ତ ତାଙ୍କ ଉପରୁ ନିଲମ୍ବନ ଉଠାଯାଇ ନାହିଁ । ତିନି ମାସ ଭିତରେ ଯଦି ନିଲମ୍ବନ ଉଠା ନଯାଏ ତେବେ ତାକୁ ବହିଷ୍କାର ବୋଲି ଧରାଯିବ । ପିନାକୀ ମିଶ୍ର କହିଛନ୍ତି, ଏବେ ଚିଲିକା ବିଧାୟକ ଦଳ ର ସଦସ୍ୟ ନାହାନ୍ତି । ଏହା ସହ ଲଖିମପୁର ଖେରୀପ୍ରସଙ୍ଗ ଉଠାଇ ବିଜେପି ଓଲଟା ଟାର୍ଗେଟ୍ କରିଛନ୍ତି ପିନାକୀ ମିଶ୍ର ।

ସମ୍ବିତ ପାତ୍ର କହିଛନ୍ତି, ପ୍ରଶାନ୍ତ ଜଗଦେବ କୁ ନିଲମ୍ବନ ଏକ ନାଟକ ଥିଲା । କାରଣ ସେ ସେ ନିଲମ୍ବନ ହେବା ପରେ ମଧ୍ୟ ଦଳ ର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି । ଏହା ସହ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି ଯେ, ବାଣପୁରରେ ବିଜେପି ଜିତୁଥିବା ଜାଣି ବିଧାୟକ ନିର୍ବାଚନ ବନ୍ଦ କରିବାକୁ ଚାହୁଁଥିଲେ । ଆଜି ସମ୍ବିତ ପାତ୍ର ଏମ୍ସ ଯାଇ ଚିକିତ୍ସିତ ହେଉଥିବା ଆହତ ବିଜେପି କର୍ମୀଙ୍କୁ ଭେଟିଛନ୍ତି । ଆହତ କର୍ମୀଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ ।

ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏଥିରେ ୧୫ ବିଜେପି କର୍ମୀ ଓ ଆଇଆଇସିଙ୍କ ସମେତ ୯ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ମାମଲା କୁ ଗମ୍ଭୀରତା ର ସହ ନେଇ ପୁଲିସ ଏଫଆଇଆର ରୁଜୁ କରି ବିଧାୟଙ୍କୁ ନିଜ କବଜାକୁ ନେଇଛି । ଆହତ ହୋଇଥିବା ପ୍ରଶାନ୍ତ ଜଗଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।