କୋରାପୁଟ ଜିଲ୍ଲାର ପ୍ରଥମ ମଣ୍ଡେଇ ଯାତ୍ରା ଆରମ୍ଭ

କୋରାପୁଟ ଜିଲ୍ଲା ପ୍ରତିନିଧି(ରବିଶଙ୍କର ମହାପାତ୍ର): ବୁଧବାର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ବି.ସିଂହପୁର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ବଣ ପାହାଡ଼ ଘେରା ଅନନ୍ୟ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ମାଁ ଶାଙ୍କୁଳେଇଙ୍କ ପୀଠରେ ଏ ବର୍ଷର ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |

ବି.ସିଂହପୁର ଗ୍ରାମ ଠାରୁ ପ୍ରାୟ ଦୁଇ କିଲୋମିଟର କଚ୍ଚା ରାସ୍ତା ଅତିକ୍ରମ କରିବାକୁ ହୁଏ ମନ୍ଦିର ନିକଟରେ ପହଞ୍ଚିବା ପାଇଁ | ଦୁଇ ପାର୍ଶ୍ଵରେ କୁମୁଦ ଫୁଲର ବଣ ଏହି ରାସ୍ତାର ବିଶେଷ ଆକର୍ଷଣ | ଏହି ସ୍ଥାନର ପ୍ରାକୃତିକ, ସାଂସ୍କୃତିକ ତଥା ଐତିହାସିକ ମହତ୍ତ୍ୱକୁ ଗୁରୁତ୍ବ ଦେଇ ଗତ ବର୍ଷ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ବାର୍ଷିକ ଉତ୍ସବ ପରବର ଉଦଘାଟନ ସମାରୋହ ଏହି ସ୍ଥାନରୁ ହିଁ କରିଥିଲା | ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ପ୍ରଥମ ମଣ୍ଡେଇ ଯାତ୍ରା ଏଇ ସ୍ଥାନରୁ ଆରମ୍ଭ ହୋଇ କ୍ରମାନ୍ୱୟରେ ବୋରିଗୁମ୍ମା, କୋଷାଗୁମୁଡ଼ା, ଧଣ୍ଡରା ଓ ପରିଶେଷରେ ଧଡରା ଠାରେ ଅନୁଷ୍ଠିତ ହୋଇଥାଏ |

Comments are closed.