Thursday, March 28, 2024

Top 5 This Week

Related Posts

ହତ୍ୟାକାରୀ ସଫଲ ବିମଲ ଗୁଟଖା କମ୍ପାନୀ ମାଲିକଙ୍କ ପାଇଁ କିଏ କରୁଛି ଦଲାଲି ?

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୩/୦୩) : ପୁଣି ଖୋଲିବାକୁ ଯାଉଛି ମୃତ୍ୟୁ ର କାରଖାନା । ସମ୍ବଲପୁର ର ହତ୍ୟାକାରୀ ସଫଲ ବିମଲ ଗୁଟ୍‌ଖା କମ୍ପାନୀ ମାଲିକଙ୍କ ପାଇଁ କିଏ କରୁଛି ଦଲାଲି…? ଓଡିଶା ନ୍ୟୁଜ ୨୪ ବ୍ୟୁରୋ ର ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ । 

ଯାହା ରାଜ୍ୟ ସରକାରଙ୍କ ଅନୁଗ୍ରହ ଓ ଅନୁକମ୍ପା ର ବଡ଼ ଖୁଲାସା କରିଛି । କାହା ନିର୍ଦ୍ଦେଶରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କନସେଣ୍ଟ ଦେଲା ତାକୁ ନେଇ ଉଠିଛି ପ୍ରଶ୍ନ । ଓଡିଶା ନ୍ୟୁଜ ୨୪ ବ୍ୟୁରୋ ର ହାତରେ ଲାଗିଥିବା ଦସ୍ତାବିଜ ଖୋଲି ଦେଇଛି ସରକାରଙ୍କ ଅସଲ ଚେହେରା । ୪ ଶ୍ରମିକଙ୍କ ହତ୍ୟାକାରୀ ସଫଲ ବିମଲ ଗୁଟଖା କମ୍ପାନୀ ମାଲିକଙ୍କୁ ଗିରଫ ତ କଲେନି ବରଂ ଦେଲେ ପୁରସ୍କାର । ପୁଣି ଥରେ ସମ୍ବଲପୁରରେ କେପି ସୁଗନ୍ଧ ଗୁଟଖା କାରଖାନାର କାମ ଆରମ୍ଭ ନେଇ ଅନୁମତି ପ୍ରଦାନ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

୨୦ ଡିସେମ୍ବରରେ ସମ୍ବଲପୁର କେପି ସୁଗଦ୍ଧ ଗୁଟଖା କାରଖାନାରେ ଘଟିଥିଲା ଅଗ୍ନିକାଣ୍ଡ । ୪ ଶ୍ରମିକଙ୍କର ଜୀବନ ଗଲା । ଖୋଳତାଡରୁ ଜଣା ପଡିଲା ବିନା ଫାୟାର ସେଫଟି ସାର୍ଟିଫିକେଟରେ ଶ୍ରମ ଆଇନ ର ଉଲ୍ଲଘଂନ କରି ଚାଲିଥିଲା କାରଖାନା । ବଡ଼ କଥା ହେଉଛି ୨୦୧୩ ରୁ ଓଡ଼ିଶାରେ ଗୁଟଖା ଉତ୍ପାଦନ ଓ ବିକ୍ରି ବ୍ୟାନ ହୋଇଥିଲେ ବି ଏଠି ନିର୍ମାଣ ହେଉଥିଲା ଗୁଟଖା । ଶ୍ରମିକଙ୍କ ମୃତ୍ୟୁ ପରେ ବି ନା’ ମାଲିକ ଗିରଫ ହେଲେ ନା ଆକସନ୍ ନିଆଗଲା ।

ବଲିଉଡ୍ ଷ୍ଟାର ଅଜୟ ଦେବଗନ ଓ ଶାହାରୁଖ ଖାଁ କରୁଛନ୍ତି ଏହି କମ୍ପାନୀ ର ବିଜ୍ଞାପନ । ମିନିଟକୁ ନେଉଛନ୍ତି କୋଟି କୋଟି ଟଙ୍କା । ଏହି ଗୁଟଖା କମ୍ପାନୀ ମଧ୍ୟପ୍ରଦେଶରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ୨ ଶହ କୋଟି ର ଚାନ୍ଦା ବି ଦେଇଥିଲା । ଏବେ ବଡ଼ ପ୍ରଶ୍ନ ଚାନ୍ଦା ଖାଇ କିଏ ଦେଲା ଅନୁମତି ? କାହିଁକି ଚୁପ୍ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂହ ଓ ଦିବ୍ୟ ଶଙ୍କର ମିଶ୍ର ? ଆକସନ୍ ବଦଳରେ କିଭଳି ଦିଆଗଲା ପରମିଶନ୍ ? କାହିଁକି ମାଲିକ ହେଲେ ନାହିଁ ଗିରଫ ? କିଏ ଦେଉଛି ସୁରକ୍ଷା ?

Popular Articles