ପାରମ୍ପରିକ ଲୋକନୃତ୍ୟ ସହ ଉଦଯାପିତ ହେଲା ପାପକ୍ଷୟ ଲୋକ ମହୋତ୍ସବ

ବିନିକା (ଧ୍ରୁବରାଜ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସଦର ମହକୁମା ରେ ପାପକ୍ଷୟ ଲୋକ ମହୋତ୍ସବ ଆଜି ରାତିରେ ଉଦଯାପିତ ହୋଇଯାଇଛି |

ଅଂଚଳର କଳା, ସଂସ୍କୃତି ତଥା ପାରମ୍ପରିକ ଐତିହ ସମ୍ପନ୍ନ ତଥା ବିଭିନ୍ନ ଲୋକ କଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଭାଷା ସଂସ୍କୃତିକୁ ଉତଜୀବିତ କରିବା ଲକ୍ଷରେ ବିଭିନ୍ନ ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି | ପାପକ୍ଷୟ ମହୋତ୍ସବ କମିଟି ସଭାପତି ଶ୍ରୀ ଜୟମଂଗଳ ବିଶିମକା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହୋତ୍ସବ ସ୍ଥଳକୁ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଅତିଥି ଭାବେ ଅନଙ୍ଗ ଉଦୟ ସିଂ ଦେଓ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିନିକା ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ, ବିଶିଷ୍ଟ ଯୁବଶିଳ୍ପୀ ପ୍ରଶାନ୍ତ ବାବୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଆଜି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ହିମାଂଶୁ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ ସୃଜନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ | ଶେଷରେ ସମ୍ପାଦକ ଶେଖର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ |

Comments are closed.