ଉପାନ୍ତରେ ଅବହେଳିତ ଆଦିବାସୀ

0
145
ଉପାନ୍ତରେ ଅବହେଳିତ ଆଦିବାସୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୧୩/୦୩) : ଉପାନ୍ତରେ ଅବହେଳିତ ଆଦିବାସୀ । ତାଙ୍କର ସରଳତା ର ସୁଯୋଗ ନେଇ ଆଦିବାସୀଙ୍କୁ ଚୁନ ଲଗାଉଛନ୍ତି ଠିକାଦାର । ହିତାଧିକାରୀ ଜାଣି ନାହାଁନ୍ତି । ହେଲେ ହିତାଧିକାରୀଙ୍କ ନାଁ ରେ ହଡଫ ହୋଇଛି ଆବାସ ଯୋଜନା ଟଙ୍କା

ଉପାନ୍ତରେ ଅବହେଳିତ ଆଦିବାସୀ । କେଉଁଠି ନିମ୍ନ ମାନର କାମ କରି ଠିକାଦାର ଛୁ ମାରୁଥିବା ବେଳେ ଅନ୍ୟ କେଉଁଠି ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ହଡଫ ହେଉଛି । ନୟାଗଡ଼ ବେରୁଆବାରି ପଞ୍ଚାୟତ ମାଳଓଡକପା ଗାଁରୁ ଆସିଛି ଏଭଳି ସଂଗୀନ ଅଭିଯୋଗ ଲ ଗାଁର ପ୍ରାୟ ୯ ଜଣ ହିତାଧିକାରୀଙ୍କ ଆବାସ ଟଙ୍କା ନେଇ ଛୁ ମାରିଛନ୍ତି ଠିକାଦାର । ସେପଟେ ନିମ୍ନମାନର କାମ ଯୋଗୁଁ ୨ ବର୍ଷ ନ ପୂରୁଣୁ ଭାଙ୍ଗି ଗଲାଣି ଘର । ଫଳରେ ଭାଗ୍ୟକୁ ଆଦରି ଭଙ୍ଗା ଛପର ଘରେ ଦିନ କାଟୁଛନ୍ତି ଆଦିବାସୀ ପରିବାର ।

ନିରିହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ କିଛି କୁଜି ନେତା ଓ ଠିକାଦାର ଟଙ୍କା ହଡ଼ପ କରୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ । ନା’ ଘଟଣା ର ତଦନ୍ତ ହେଉଛି ନା କାର୍ଯ୍ୟାନୁଷ୍ଠାନ । ତେଣୁ ଉଚ୍ଚ ସ୍ତରୀୟ ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ଟଙ୍କା ଆସୁଥିବା ବେଳେ ଏହାକୁ ହଡଫ କରାଯିବା ଘଟଣା ତଦନ୍ତ ସାପେକ୍ଷ । ତେବେ, ଜିଲ୍ଲାପ୍ରଶାସନ କେବେ ଏହି ମହା ଘୋଟଲାର ତଦନ୍ତ କରୁଛି ଓ କେବେ ସମ୍ପୃକ୍ତ ଅଧିକାରୀ ଓ ଠିକାଦାର ଦଣ୍ଡ ପାଉଛନ୍ତି ଦେଖିବାକୁ ବାକି ରହିଲା ।