Friday, March 29, 2024

Top 5 This Week

Related Posts

ଗାଵରା ତିରୁପତି ରାଓ ଙ୍କ ନାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚର୍ଚ୍ଚାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୩) : ଗଜପତି ଜିଲ୍ଲା ରେ ବିଜେଡ଼ି ୧୧ ଟି ଜିଲ୍ଲା ପରିଷଦ ହାତେଇଛି । କିନ୍ତୁ ଆଜି ଜିଲ୍ଲା ପରିଷଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଇଛି । ଏଣୁ ସର୍ବାଗ୍ରେ କାଶୀନଗର ଜୋନ୍ ୨ ରୁ ଜିତିଥିବା ପ୍ରାର୍ଥୀ ଶ୍ରୀ ଗାଵରା ତିରୁପତି ରାଓ ଙ୍କ ନାମ ଚର୍ଚ୍ଚାରେ ରହିଛି ।

ଶ୍ରୀ ଗାଵରା ତିରୁପତି ରାଓ ୧୯୯୨ ମସିହା ଅର୍ଥାତ୍ ନିଜ କଲେଜ ଜୀବନ ରୁ ସରପଞ୍ଚ ଭାବେ ରାଜନୀତି ଆରମ୍ଭ କରିଥିଲେ । ଛାତ୍ର ଜୀବନ ରୁ ରାଜନୀତି ରେ ରୁଚି ରଖିଥିବା ତିରୁପତି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଭାବେ ରାଜନୈତିକ ଅଭିଜ୍ଞତା ରହିଛି । ପେଶା ରେ ସେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ନିଶାରେ ସେ ରାଜନୀତି କରି ଲୋକ ଙ୍କ ସମ୍ପର୍କ ରଖନ୍ତି । ସେ ଲୋକ ଙ୍କ ହାନି ଲାଭ ରେ ଛିଡ଼ା ରୁହନ୍ତି । ଏଣୁ ସେ ପୁନର୍ବାର ଜୋନ୍ ୨ ରୁ ଭଲ ଭୋଟ ବ୍ୟବଧାନ ରେ ଜିତିଛନ୍ତି ।

ଜିଲ୍ଲା ଓ ରାଜ୍ୟ ସ୍ତର ନେତାଙ୍କ ବେଶ୍ ଆଦୃତ ଓ ସାଂସଦ ଙ୍କ ଖାସ ଲୋକ ହୋଇଥିବା ଓ ଜିଲ୍ଲାରେ ପ୍ରଚାର ମଙ୍ଗ ଧରିଥିବା ହାଇଟେକ୍ ଗ୍ରୁପ୍ ଚେୟାର ମେନ୍ ଙ୍କ ସେ ଖାସ ଲୋକ ଓ ଜଣେ ଉଚ୍ଚ ଶିକ୍ଷିତ ଭାବେ ସୁନାମ ଅର୍ଜନ କରିଥିବା ତିରୁପତି ରାଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଦରକାର ବୋଲି ଜନସାଧାରଣ ଆଶା ରଖିଛନ୍ତି ଏବଂ ସେ ଚର୍ଚ୍ଚାରେ ରହିଛନ୍ତି ।

Popular Articles