Related Contents

ସାଲେଭଟା ଓ ମୄଶୁଣ୍ଢୀ ଗ୍ରାମ ପଂଚାୟତରେ ପିଠା କାର୍ଯ୍ୟକ୍ରମ

ଆଗଲପୁର(ମାଧବ ସାହୁ ): ଆଗଲପୁର ବ୍ଲକ ସାଲେଭଟା ଓ ମୄଶୁଣ୍ଢୀ ଗ୍ରାମ ପଂଚାୟତ ରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ପିଠା କାର୍ଯ୍ୟକ୍ରମରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅପେକ୍ଷାରତ ବୃଦ୍ଧା

ସାଲେଭଟା ଗ୍ରାମ ପଂଚାୟତରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ସରପଞ୍ଚ ହେମକନ୍ତି ମୁଣ୍ଡା, ନିର୍ବାହୀ ଅଧିକାରୀ ସାଗର ସାହୁ, ବ୍ଲକ ପ୍ରଶାସନ ର ଅନେକ କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ଜନହିତକର କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ | ବିଭିନ୍ନ ପ୍ରକାର ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ବିଭାଗ କର୍ମଚାରୀ, ସ୍ୱୟଂ ସହାୟକ ଦଳର ସଭ୍ୟା ତଥା ଅନେକ ଜନସାଧାରଣ ଯୋଗଦେଇଥିଲେ |

ସେପରି ମୄଶୁଣ୍ଢୀ ଗ୍ରାମ ପଂଚାୟତରେ ମଧ୍ୟ ସରପଂଚ, ନିର୍ବାହୀ ଅଧିକାରୀ, ସ୍ୱୟଂ ସହାୟକ ସଭ୍ୟା, ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ରହି ପିଠା ର ରୂପରେଖ ଉପରେ ବୁଝେଇଥିଲେ | ବୃଦ୍ଧ ବୃଦ୍ଧା ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା | ସମସ୍ତ ଅଙ୍ଗନବାଡି କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ |

Comments are closed.