ବାଲିଗୁଡା ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ ନିର୍ଦନ୍ଦରେ ନିର୍ବାଚିତ ହେଲେ

0
271
ବାଲିଗୁଡା ବ୍ଲକ ଅଧ୍ୟକ୍ଷା

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, କନ୍ଧମାଳ, (୧୨/୩) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧ୍ୟକ୍ଷା ଭାବେ ଶ୍ରୀମତୀ ନିଶାବତୀ ମଳିକ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି l ବାଲିଗୁଡା ବ୍ଲକ ର ୧୪ ଗୋଟି ସମିତି ସଭ୍ୟ ଙ୍କ ମଧ୍ୟରୁ ବିଜେଡି ସମର୍ଥିତ ୧୩ ଗୋଟି ସମିତି ସଭ୍ୟଙ୍କ ମଧ୍ୟରୁ ନିଶାବତୀ ମଳିକ କେବଳ ବ୍ଲକ ଅଧକ୍ଷ୍ୟା ଭାବେ ପାର୍ଥି ପତ୍ର ଦାଖଲ କରିଥିଲେ l69cd557d fef5 4764 bca0 22fadf03cdee ବାଲିଗୁଡା ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ ନିର୍ଦନ୍ଦରେ ନିର୍ବାଚିତ ହେଲେ

ଶେଷରେ ବିଜେଡି ସମର୍ଥିତ ନିଶାବତୀ ମଳିକ ନିର୍ଦ୍ୱନ୍ଦ୍ୱ ରେ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ଭାବେ ବାଲିଗୁଡା ବ୍ଲକ ରୁ ନିର୍ବାଚିତ ହୋଇଛନ୍ତି l ବାଲିଗୁଡା ବ୍ଲକ ରେ କଂଗ୍ରେସ ଗଡ଼ ଭାଙ୍ଗି ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଜେଡି ଦୁଇଟି ଯାକ ଜିଲ୍ଲା ପରିଷଦ ଆସନ ହାତେଇବା ପରେ ଆଜି ବ୍ଲକ ଅଧକ୍ଷ୍ୟ ପଦବୀ ମଧ୍ୟ ଅକ୍ତିଆର ବିଜେଡି କରିଛି l ତେବେ ବାଲିଗୁଡା ବ୍ଲକ ରେ ବ୍ଲକ ଅଧକ୍ଷ୍ୟ ପଦ ଅକ୍ତିଆର କୁ ନେବା ପରେ ବାଲିଗୁଡା ବିଜେଡି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି l ବ୍ଲକ ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ବିଜେଡି କର୍ମୀ ବାଲିଗୁଡା ବ୍ଲକ ରୁ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ବିଜେଡି କାର୍ଯ୍ୟାଳୟ ରେ ପହଂଚିଥିଲେ lc0a0f8d0 86d5 4827 b936 68858454d624 ବାଲିଗୁଡା ବ୍ଲକ ଅଧ୍ୟକ୍ଷା ନିଶାବତୀ ମଳିକ ନିର୍ଦନ୍ଦରେ ନିର୍ବାଚିତ ହେଲେ

ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ଟୁନା ଦାସ, ବିଧାୟକ ଚକ୍ରମଣୀ କଂହର, ବାଲିଗୁଡା ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ବାଲିଗୁଡା ୧୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ନନ୍ଦିନୀ ମଳିକ, ୧୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଦିଗାଳଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ l

ତେବେ କଂଗ୍ରେସ ଗଡ଼ ଭାଙ୍ଗି ବିଜେଡି ର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ପ୍ରଭାରୀ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଛନ୍ତି ବ୍ଲକ ସଭାପତି ଟୁନା ଦାସ, ବିଧାୟକ ଚକ୍ରମଣୀ କଂହର ଓ ବ୍ଲକ ର ସମସ୍ତ ବିଜେଡି କର୍ମୀ |